29.1 C
Bhubaneswar
Wednesday, May 1, 2024
Homeଓଡିଶାବ୍ୟାପକ ହେଉଛି ଡେଙ୍ଗୁ : ସଂଖ୍ୟା ୧୨ଶହ ଟପିଲା

ବ୍ୟାପକ ହେଉଛି ଡେଙ୍ଗୁ : ସଂଖ୍ୟା ୧୨ଶହ ଟପିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ ବହୁ ସମ୍ବେଦନଶୀଳ ସ୍ଥିତିରେ ଗତି କରୁଛି । ଜାରି ରହିଥିବା କରୋନା ସଂକ୍ରମଣ ଥମୁନଥିବା ବେଳେ ବୋଝ ଉପରେ ନଳିତା ବିଡା ସଦୃଶ ଏବେ ଡେଙ୍ଗୁ ଲୋକଙ୍କ ନିଦ ହଜାଇ ଦେଇଛି । ଘରେ ଘରେ ଏବେ ଜ୍ୱର, କାଶ, ଥଣ୍ଡା ତରଳଝାଡ଼ା ପରି ରୋଗ ସାଧାରଣତଃ ଦେଖିବାକୁ ମିଳୁଛି । ଚିକିତ୍ସା ପାଇଁ ମେଡିକାଲକୁ ଗଲେ ସେଠି ବି ଗହଳି ଚହଳି ଲାଗି ରହୁଛି । ଏହିସ୍ଥିତିରେ ସହରବାସୀଙ୍କୁ ମୌଳିକ ସେବା ଯୋଗାଇବା ସଫେଇ ରଖୁଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସବୁଥିରେ ଫେଲ ମରିଛି । ଗତ କେଇ ଦିନ ହେବ ଭୁବନେଶ୍ୱରରେ ସଂକ୍ରମଣ ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି । ଯେଉଁଠି ଖାଲି କରୋନା ସଂକ୍ରମିତଙ୍କ ଉପରେ ନଜର ଥିଲା ସେଠି ଏବେ ଡେଙ୍ଗୁ ଡର ଘାରିଛି । ଦୈନିକ ପ୍ରାୟ ୫୦ ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ବେଳେ ଏବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୨୯ରେ ପହଞ୍ଚିଛି ।

ଦିନକରେ ଆଉ ୬୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ସହରରେ ଡେଙ୍ଗୁ ତଥା କରୋନା ମୁକାବିଲା କେବଳ ଲୋକ ଦେଖାଣିଆ ହେଉଛି, କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାନଯିବାରୁ ଭୁବନେଶ୍ୱରରେ ଆଜିବି ସଂକ୍ରମଣ ଉପରମୁହାଁ ରହିଥିବା ନଜରକୁ ଆସିଛି । ହେଲେ ଏହାର ପ୍ରତିକାର ପାଇଁ ସ୍ଥାନୀୟ ପ୍ରଶାସନ ବିଏମସି ପକ୍ଷରୁ କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବା ନଜରକୁ ଆସିଛି । ସହରରେ ସର୍ଭେଲାନ୍ସ ବ୍ୟାପକ କରିବା ବଦଳରେ ଯେଉଁଠି ମାମଲା ଚିହ୍ନଟ ହେଉଛି, ସେଇଠି ନିରାକରଣ କରୁଥିବା ନଜରକୁ ଆସିଛି । ଯାହାକି ଭୁବନେଶ୍ୱରରେ ସଂକ୍ରମଣ ବଢିବାର ମୁଖ୍ୟ କାରଣ ପାଲଟିଛି । କାହିଁକିନା, ଯେଉଁ ଅଞ୍ଚଳରୁ ରୋଗୀ ଚିହ୍ନଟ ହେଉଛନ୍ତି ବିଏମସି ସେହି ସ୍ଥାନ ବ୍ୟତୀତ ଅନ୍ୟ ଅଞ୍ଚଳକୁ ସର୍ଭେଲାନ୍ସକୁ ଅଣାଯାଉନାହିଁ ।

ଯାହାକି ଖୋଦ ବିଏମସି ଦେଇଥିବା ତଥ୍ୟରୁ ପ୍ରକାଶ ପାଇଛି । ଏଯାବତ ସହରର ମାତ୍ର ୬୫,୩୫୦ ଲୋକଙ୍କ ନିକଟରେ ବିଏମସି ପହଞ୍ଚି ପାରିଛି । ସହରରେ ଜୋନ୍ ସ୍ତରରେ ଡେଙ୍ଗୁ ମୁକାବିଲା ପ୍ରତି ଧ୍ୟାନ ଦିଆଯାଉଥିବା ବିଏମସି ଦର୍ଶାଉଛି । ହେଲେ ଅଧିକରୁ ଅଧିକ ଲୋକଙ୍କୁ ସର୍ଭେଲାନ୍ସରେ ସାମିଲ କରିବାକୁ ବିଏମସି ପଛଘୁଞ୍ଚା ଦେଉଥିବା ଅନୁଭବ ହେଉଛି । ସରକାରୀ ତଥା ବେସରକାରୀ ଦପ୍ତର ତଥା ଜମୁଥିବା ସ୍ଥିର ଜଳ ହଟାଇବାରେ ବିଏମ୍ସି ଅକ୍ଷମତା ନଜରକୁ ଆସିଛି । ଏହି ମଧ୍ୟରେ ସହରବାସୀଙ୍କୁ ବେଶି ଭୟଭୀତ କରିଛି ଏଡିସ ମଶାଙ୍କ ବଂଶବୃଦ୍ଧି । ବିଏମସି ଦେଇଥିବା ତଥ୍ୟ ମୁତାବକ ଗତ ୧୪ ତାରିଖ ସୁଦ୍ଧା ବିଏମସି ଅଂଚଳରୁ ୪୧,୭୬୦ ଲାର୍ଭା ଚିହ୍ନଟ ହେଇଛି । ସେହିପରି ୪୧,୨୪୧ ସ୍ଥାନରେ ସମ୍ଭାବ୍ୟ ପ୍ରଜନନ ଉତ୍ସକୁ ନଷ୍ଟ କରାଯାଇଛି । ଭୁବନେଶ୍ୱରରୁ ବହୁ ମାତ୍ରାରେ ଲାର୍ଭା ଓ ପ୍ରଜନନ ଉତ୍ସ ଚିହ୍ନଟ ହୋଇଛି । ବଢ଼ିଥିବା ଏହି ସଂଖ୍ୟା ଏବେ ସମସ୍ଥଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ନଜରକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking