39.4 C
Bhubaneswar
Thursday, April 18, 2024
Homeଓଡିଶାପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ସୂଚୀ

ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ସୂଚୀ

କଟକ : ଆସନ୍ତା ସେପ୍ଟେମ୍ବର ୧୩ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଫଲାଇନ ମାଧ୍ୟମରେ ସମସ୍ତ ପରୀକ୍ଷା କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି । କରୋନା ଗାଇଡଲାଇନ ଅନୁପାଳନ ପୂର୍ବକ ସମସ୍ତ ବିଭାଗରେ ଅଫଲାଇନ ମାଧ୍ୟମରେ ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୟୁଜି ରେଗୁଲାର ଛାତ୍ରଛାତ୍ରୀଙ୍କ ତୃତୀୟ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୧୦ଟାରୁ ପୂର୍ବାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ବିଏ ବିଇଡି ଏବଂ  ବିଏସସି ବିଇଡି ବିଭାଗରେ ୨୩ ତାରିଖ ଏବଂ ୨୫ ତାରିଖରେ ୧୦ଟା ରୁ ୧୨ ମଧ୍ୟରେ ପରୀକ୍ଷା  ହେବ । ଅନ୍ୟପକ୍ଷରେ ୧୩ ତାରିଖ ଠାରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ପିଜିର ସମସ୍ତ ପ୍ରଫେସନାଲ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଅନୁଷ୍ଠିତ ହେବ । ଏମସିଏ ବିଭାଗର ତୃତୀୟ ସେମିଷ୍ଟାର ପରୀକ୍ଷା ୧୪ ରୁ ୨୩ ତାରିଖ  ଦିନ ୨ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ କରାଯିବ । ବିଭିନ୍ନ ବିଭାଗରେ ପିଜି ରେଗୁଲାର ବର୍ଗ ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାର ପରୀକ୍ଷା ୧୩ରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ବିଭାଗର ମୁଖ୍ୟମାନେ କିଭଳି ସୂଚାରୁରୂପେ ପରୀକ୍ଷା ହେବ ସେଥିନେଇ ପଦକ୍ଷେପ ନେବାକୁ କୁହାଯାଇଛି । ସେପ୍ଟେମ୍ବର ୧୦ତାରିଖ ପୂର୍ବରୁ ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ଏବଂ ମୂଲ୍ୟାୟନ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking