29.1 C
Bhubaneswar
Wednesday, May 22, 2024
Homeଓଡିଶାପୁଣି ଚର୍ଚ୍ଚାରେ ଓଡ଼ିଶା : କୋଭିଡ୍ ଡ୍ୟାସ୍‌ବୋର୍ଡକୁ ଅନୁକରଣ କଲା ଜମ୍ମୁ-କାଶ୍ମୀର

ପୁଣି ଚର୍ଚ୍ଚାରେ ଓଡ଼ିଶା : କୋଭିଡ୍ ଡ୍ୟାସ୍‌ବୋର୍ଡକୁ ଅନୁକରଣ କଲା ଜମ୍ମୁ-କାଶ୍ମୀର

ଭୁବନେଶ୍ୱର:  ଓଡିଶା କୋଭିଡ଼ ଡ୍ୟାସବୋର୍ଡକୁ ଅନୁକରଣ କରି ଅବିକଳ ଡ୍ୟାସବୋର୍ଡ ପ୍ରସ୍ତୁତ କରିଛି ଜମ୍ମୁ-କାଶ୍ମୀର । ଏଥିପାଇଁ ଓଡ଼ିଶା ସରକାର, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଜମ୍ମୁ-କାଶ୍ମୀରକୁ ସମ୍ପୂର୍ଣ୍ଣ ବୈଷୟିକ ସହଯୋଗ ଯୋଗାଇଛନ୍ତି । ଓଡ଼ିଶା କେବଳ ସହଯୋଗ କରିନି ବରଂ ସମ୍ପୂର୍ଣ୍ଣ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦେଇଛି । ଏନେଇ ଓଡ଼ିଶା ସରକାର ଓ ବିଭାଗୀୟ ସଚିବ ମନୋଜ ମିଶ୍ରଙ୍କୁ ଧନ୍ୟବାଦ ଜଣେଇଛନ୍ତି ଜମ୍ମୁ-କାଶ୍ମୀରର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ସଚିବ ସିମରନଦୀପ ସିଂ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜମ୍ମୁ-କାଶ୍ମୀରକୁ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗ କରିଥିଲେ ରାଜ୍ୟ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ଓ ତାଙ୍କ ଟିମ୍ ।

ଓଡ଼ିଶାର ବୈଷୟିକ ସହାୟତା ଯୋଗୁଁ ସ୍ୱଳ୍ପ ଦିନରେ ସେଠାରେ ଡ୍ୟାସବୋର୍ଡ ପ୍ରସ୍ତୁତ ହୋଇପାରିଛି । ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ପାରସ୍ପରିକ ସହଯୋଗ ଏବଂ ସହ-ଶିକ୍ଷଣ କ୍ଷେତ୍ରରେ ହସ୍ତକ୍ଷେପ ଲାଗି ଅନୁରୋଧ କରିଛନ୍ତି ଜମ୍ମୁ-କାଶ୍ମୀର ପ୍ରଶାସନ । ସିମରନଦୀପ ଚିଠିରେ ଲେଖିଛନ୍ତି ଯେ, ଜମ୍ମୁ-କାଶ୍ମୀରରେ ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ମୂଲ୍ୟାଙ୍କନ ଭିତ୍ତିକ ଡ୍ୟାସବୋର୍ଡ ପ୍ରସ୍ତୁତ କରିବା ଜରୁରୀ ଥିଲା । ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିବା କୋଭିଡ଼ ଡ୍ୟାସବୋର୍ଡ ଅତି ଉଚ୍ଚମାନର ଥିଲା । ଓଡ଼ିଶାରେ ଚିହ୍ନଟ ହେଉଥିବା ମାମଲା, ସମ୍ଭାବ୍ୟ ସଂଖ୍ୟା ଉପରେ ଭବିଷ୍ୟବାଣୀ, ରୋଗୀ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ତୁଳନାତ୍ମକ ବିଶ୍ଳେଷଣ କରିବାରେ ଓଡ଼ିଶା ଡ୍ୟାସବୋର୍ଡ ପ୍ରଭାବୀ ଥିଲା । ଏହାକୁ ଲକ୍ଷ୍ୟ କରି ଓଡ଼ିଶା ଡ୍ୟାସବୋର୍ଡ ପରି ଅବିକଳ ଡ୍ୟାସବୋର୍ଡ ଜମ୍ମୁ-କାଶ୍ମୀରରେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking