39.1 C
Bhubaneswar
Friday, April 26, 2024
Homeଅପରାଧବାଇକ୍ ଷ୍ଟଣ୍ଟ ନ କରିବାକୁ କହିବାରୁ ଯୁବକଙ୍କୁ ଛୁରୀରେ ୨୮ ଥର ଆକ୍ରମଣ, ଦେଖନ୍ତୁ ଭିଡ଼ିଓ

ବାଇକ୍ ଷ୍ଟଣ୍ଟ ନ କରିବାକୁ କହିବାରୁ ଯୁବକଙ୍କୁ ଛୁରୀରେ ୨୮ ଥର ଆକ୍ରମଣ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀରେ ଏକ ଅଭାବନୀୟ ଏବଂ ଆଚମ୍ବିତ କଲାପରି ଘଟଣା ଦେଖିବାକୁ ମିଳିଛି । ପଶ୍ଚିମ ଦିଲ୍ଲୀର ରଘୁବୀର ନଗରରେ ତିନି ଜଣ ନାବାଳକ ବାଇକରେ ଷ୍ଟଣ୍ଟ କରିବାକୁ ଆସିଥିଲେ । ହେଲେ ଜଣେ ମନିଷ ନାମକ ଜଣେ ୨୫ ବର୍ଷର ଯୁବକ ଏପରି ନକରିବାକୁ କହିଥିଲେ । ଏଥିରେ ସେମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଛୁରୀରେ ୨୮ ଥର ଆକ୍ରମଣ କରିଥିଲେ । ଏହି ଘଟଣାଟି ଜୁଲାଇ ୮ ତାରିଖରେ ଘଟିଥିଲା । ତେବେ ମନୀଷ ରଘୁବୀର ନଗରର ହୋଇଥିବା ବେଳେ ସେ ଘରୋଇ କାର୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଏହି ଘଟଣା ସହ ସଂପୃକ୍ତ ଥିବା ସମସ୍ତ ୩ ନାବାଳକଙ୍କ ବୟସ ୧୭ ବର୍ଷ ହେବ ବୋଲି ପୋଲିସ କହିଛି । ଏବଂ ଏବେ ସେମାନଙ୍କୁ ଗିରଫ କରାଯାଇଥିବା ମଧ୍ୟ ପୋଲିସ କହିଛି । ସେଠାରେ ଯାହା ସବୁ ଘଟିଥିଲା ତାର ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସିସିଟିଭି ଫୁଟେଜରେ ଦୁଇ ନାବାଳକ  ଯୁବକ ଜଣକୁ ତଳେ ପକାଇ ମାରୁଥିବା ବେଳେ ଆଉ ଜଣେ ଟାଣି ନେଉଥିବା ଦେଖିବାକୁ ମିଳିଛି । ମୁଖ୍ୟ ଅଭିଯୁକ୍ତ ନିଜ ସହଯୋଗୀମାନଙ୍କ ସହିତ ରଘୁବୀର ନଗର ଭଳି ଜନବହୁଳ ରାସ୍ତାରେ ଉକ୍ତ ଯୁବକଙ୍କୁ ଏକାଧିକବାର ଛୁରୀରେ ଆକ୍ରମଣ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking