31.1 C
Bhubaneswar
Friday, March 29, 2024
Homeଓଡିଶାରୀନା ରାଉତରାୟଙ୍କ ସାହାଯ୍ୟ ରେ ଚିକିତ୍ସିତ ହେଲା ବଣ୍ଟି

ରୀନା ରାଉତରାୟଙ୍କ ସାହାଯ୍ୟ ରେ ଚିକିତ୍ସିତ ହେଲା ବଣ୍ଟି

ଯାଜପୁର : ବ୍ୟାସନଗର ପୌରାଞ୍ଚଳର ଆଦିବାସୀ ଯୁବକ ପ୍ରତାପ ମୁଁଦେଇଙ୍କ ପୁଅ ବଣ୍ଟି (16 ବର୍ଷ ) କର୍କଟ ରୋଗରେ ଚିକିତ୍ସା ନିମନ୍ତେ କଟକ କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ଏଥି ନିମନ୍ତେ ଯାଜପୁର ଜିଲ୍ଲାପାଳ ଟ10,000/- ଆର୍ଥିକ ସହାୟତା ପ୍ରଦାନ କରିଥିଲେ l କ୍ୟାନ୍ସର ହସ୍ପିଟାଲରେ କରୋନା ରୋଗୀ ଚି଼ହ୍ନଟ ପରେ ବଣ୍ଟିର ଚିକିତ୍ସା ଅବହେଳା ପରିଲକ୍ଷିତ ହୋଇଥିଲା l ବଣ୍ଟି ହସ୍ପିଟାଲ ବାରଣ୍ଡାରେ ପଡିରହି ତାର ଚିକିତ୍ସା ନିମନ୍ତେ ଆକୁଳ ନିବେଦନ କରିଥିଲା l
ଯାଜପୁର ଜିଲ୍ଲାର କୋରେଇ ମାଟିର ସୁଯୋଗ୍ୟ ସନ୍ତାନ ଜାତୀୟ ମାନବାଧିକାର କମିଶନ କୋର ସଦସ୍ୟ *ଶ୍ରୀ ମନୋଜ ଜେନା* ଖବର ପାଈ ମହିଳା ଆତ୍ମନିର୍ଭର ଅଭିଯାନ ର ଅଧକ୍ଷା *ଡା  ରୀନା ରାଉତରାୟ* ଙ୍କୁ ଏ ସମ୍ବନ୍ଧରେ ଜଣାଇଥିଲେ l ଶ୍ରୀମତୀ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଟକ ଜିଲ୍ଲାପାଳ ତୁରନ୍ତ ଟ10,000/- ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ବଣ୍ଟି ର ଚିକିତ୍ସା ନିମନ୍ତେ ହସ୍ପିଟାଲ କତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ତ ବ୍ୟବସ୍ଥା କରାଇଥିଲେ l ଏଥି ସହ ଶ୍ରୀମତୀ ରାଉତରାୟଙ୍କ ଅନୁରୋଧ ରକ୍ଷା କରି ଯାଜପୁର ଜିଲ୍ଲାପାଳ ପୁନଶ୍ଚ ଆଉ ଟ10,000/- ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ଶ୍ରୀଯୁକ୍ତ ଜେନା ଓ ଶ୍ରୀମତୀ ରାଉତରାୟ ଫୋନ ଯୋଗେ ବଣ୍ଟିର ମା’ଙ୍କ ସହ କଥା ହୋଇ ତାଙ୍କୁ ଆସ୍ୱାସନା ଦେବା ସହ ବଣ୍ଟିର ଆଶୁଆରୋଗ୍ୟ କାମନା କରିଛନ୍ତି l
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking