33.1 C
Bhubaneswar
Friday, April 26, 2024
Homeକରୋନାସୁସ୍ଥ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ସୁସ୍ଥ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଗତ ଜୁନ ମାସ ୧୭ ତାରିଖରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ ଭାବେ ଚିହ୍‌ନଟ ହୋଇ ସାକେତର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମା ଦିଆଯାଇଥିଲା । ପରେ ସେ ଧୀରେ ଧୀରେ ସୁସ୍ଥ ହୋଇଥିଲେ । ସେ ଏବେ ସମ୍ପୂର୍ଣ୍ଣଭାବେ କରୋନା ଭୂତାଣୁ ମୁକ୍ତ ବୋଲି ନିଜେ ଟ୍ୱିଟ କରି ଜଣାଇଛନ୍ତି । ଆଜିଠରୁ ସେ କାଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟୁଇଟ କରି କହିଛନ୍ତି ଯେ , ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ସୁସ୍ଥ ଅଛନ୍ତି । ସେ ଡ଼ାକ୍ତରଖାନା ପରିଦର୍ଶନ କରି ସବୁବେଳେ ରୋଗୀଙ୍କୁ ଭେଟୁଥିବାରୁ ସଂକ୍ରମିତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking