30.1 C
Bhubaneswar
Thursday, April 25, 2024
Homeକରୋନାଏମସ୍‌ରେ ହେବ କୋଭ୍ୟାକି୍ସନର ମାନବ ପରୀକ୍ଷଣ

ଏମସ୍‌ରେ ହେବ କୋଭ୍ୟାକି୍ସନର ମାନବ ପରୀକ୍ଷଣ

ନୂଆଦିଲ୍ଲୀ : ଦେଶରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରୁଛି କରୋନା । ଥମିବାର ନାଁ ନେଉନି । ଏହି ରୋଗକୁ କାବୁ କରିବା ପାଇଁ ସ୍ୱଦେଶୀ ଜ୍ଞାନ କୌଶଳକୁ ବ୍ୟବହାର କରି ଟୀକା ବାହାର କରାଯାଇଛି । ଏହି ଟୀକାର ନାମ ରହିଛି କୋଭ୍ୟାକ୍ସିନ । ଆଜିଠାରୁ କୋଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲ ବା ମାନବ ପରୀକ୍ଷଣ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଦିଲ୍ଲୀ ଏମସ୍‌ରେ ୧୦୦ଜଣ ଲୋକଙ୍କ ଉପରେ ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି ।
ଏମ୍ସ ର ଏଥିକ୍ସ କମିଟି କୋଭ୍ୟାକ୍ସିନର ମାନବ ପରୀକ୍ଷଣ ପାଇଁ ଗତ ଶନିବାର ମଞ୍ଜୁରୀ ଦେଇଥିଲେ । ଏହି ଖବର ପାଇବା ପରେ ପ୍ରାୟ ୧୦ହଜାରରୁ ଅଧିକ ଲୋକେ ଟୀକାର ପରୀକ୍ଷଣରେ ନିଜକୁ ସାମିଲ କରିବା ପାଇଁ ପଞ୍ଜୀକରଣ କରିଛନ୍ତି । ୧୮ରୁ ୫୫ ବର୍ଷୀୟ ବ୍ୟକ୍ତିଙ୍କର ଶରୀରରେ ଏହି ପରୀକ୍ଷଣ କରାଯିବ । ତେବେ ପରୀକ୍ଷଣ ପୂର୍ବରୁ ସେମାନଙ୍କର ପ୍ରଥମେ କରୋନା ଟେଷ୍ଟ କରାଯିବ । ଏଥିସହ ଅନ୍ୟ ରୋଗ ମାନଙ୍କର ଚେକ୍ କରାଯିବା ପରେ ଟୀକାର ଡୋଜ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking