28.1 C
Bhubaneswar
Saturday, April 20, 2024
Homeଓଡିଶାସମ୍ ହସ୍ପିଟାଲରେ ହେବ କୋଭାକ୍ସିନର ମାନବ ପରୀକ୍ଷଣ

ସମ୍ ହସ୍ପିଟାଲରେ ହେବ କୋଭାକ୍ସିନର ମାନବ ପରୀକ୍ଷଣ

ଭୁବନେଶ୍ୱର : ରାଜ୍ୟରେ କରୋନାର ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଥମିବାର ନାଁ ନେଉନି । ତେବେ ଏହି ରୋଗକୁ କାବୁ କରିବା ପାଇଁ ସ୍ୱଦେଶୀ ଜ୍ଞାନ କୌଶଳକୁ ବ୍ୟବହାର କରି ଟୀକା ବାହାର କରାଯାଇଛି । ଏହି ଟୀକାର ନାମ ରହିଛି କୋଭ୍ୟାକ୍ସିନ । ଆସନ୍ତା ବୁଧବାରଠାରୁ ରାଜ୍ୟରେ ଆରମ୍ଭ ହେବ କୋଭାକ୍ସିନର ମାନବ ପରୀକ୍ଷଣ । ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଏହି ଭାକ୍ସିନର ହ୍ୟୁମାନ ଟ୍ରାଏଲ କରାଯିବ । ଏନେଇ ଡିପାର୍ଟମେଣ୍ଟ ଅଫ୍ କମ୍ୟୁନିଟି ମେଡ଼ିସିନ୍ ଲ୍ୟାବ ଉଦ୍ଘାଟିତ ହୋଇଛି । ଆସନ୍ତା ବୁଧବାରଠାରୁ ମାନବ ପରୀକ୍ଷଣ ଆରମ୍ଭ ହେବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଆଜି ପୁଣି ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୬ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking