40.1 C
Bhubaneswar
Tuesday, April 30, 2024
Homeଖେଳଆଜି ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଗୁଜୁରାଟ ଟାଇଟାନ୍ସ ମୁକବିଲା

ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଗୁଜୁରାଟ ଟାଇଟାନ୍ସ ମୁକବିଲା

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଘରୋଇ ମୈଦାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଗୁଜୁରାଟ ଟାଇଟାନ୍ସ । ଆଇପିଏଲ୍ ୨୦୨୪ ର ୩୨ ତମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ଚଳିତ ଆଇପିଏଲ ସିଜିନରେ ଗୁଜୁରାଟ ୬ ଟି ମ୍ୟାଚ ଖେଳିଥିବାବେଳେ ୩ଟିରେ ବିଜୟ ହାସଲ କରିଛି ଏବଂ ୩ ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ଏହା ସହ ପଏଣ୍ଟସ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଟି ମ୍ୟାଚ ମଧ୍ୟରୁ ମାତ୍ର ୨ ଟି ମ୍ୟାଚ ଜିତିଥିବାବେଳେ ୪ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ଏହା ସହ ଋଷବ ପନ୍ତଙ୍କ ଦିଲ୍ଲୀ ପଏଣ୍ଟସ ଟେବୁଲର ନବମ ସ୍ଥାନରେ ରହିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ବଲ୍-ବ୍ୟାଟ୍ ମଧ୍ୟରେ ଭଲ ସଂଯୋଗ ହେଉଥିବାରୁ ଭଲ ସ୍କୋର ହୋଇଥାଏ । ଦ୍ରୁତ ଆଉଟଫିଲ୍ଡ ହେତୁ ବଲ କ୍ଷିପ୍ର ଗତିରେ ସୀମା ରେଖା ପାର କରିଥାଏ । ତେବେ ଅହମ୍ମଦାବାଦର ପିଚ୍ ସ୍ପିନ ବୋଲରଙ୍କୁ ସାହାଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking