27.1 C
Bhubaneswar
Tuesday, May 7, 2024
Homeଓଡିଶାନାବାଳକ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ

ନାବାଳକ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ

କେନ୍ଦୁଝର: ୨୦୧୬ ମସିହାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ଘଟି ଯାଇଥିବା ନାବାଳକ ହତ୍ୟାକାଣ୍ଡ ଘଟଣାର ଦୋଷୀକୁ କେନ୍ଦୁଝର ଜିଲା ଦୌରାଜଜ୍ ଆଜୀବନ କାରାଦଣ୍ଡ ଏବଂ ୫ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖୁଣ୍ଟାପଶି ଗ୍ରାମର ଭୂପତି ସାହୁ ଏବଂ ମନୋଜ ସାହୁ ଓରଫ୍ ପାପୁନଙ୍କ ମଧ୍ୟରେ ପୂର୍ବଶତ୍ରୁତା ଏବଂ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ମନୋଜ ଭୂପତିଙ୍କ ବଂଶ ବୁଡ଼ାଇଦେବ ବୋଲି ଧମକ ଦେଇଥିଲା । ଭୂପତିଙ୍କ ପୁଅ ସୁନୀଲ ସାହୁ(୬) ପଡୋଶୀଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ମନୋଜ ଶିଶୁଟିକୁ ହତ୍ୟା କରିଥିଲା ଓ ପରେ ତା’ର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଖଣ୍ଡ ବିଖଣ୍ଡିତ କରି ନିକଟସ୍ଥ ଠାକୁରାଣୀ ଘର ପାଖ ପୋଖରୀରେ ଫିଙ୍ଗି ଦେଇଥିଲା । ଶିଶୁଟି ଘରକୁ ନ ଫେରିବାରୁ ଅନେକ ସମୟ ଖୋଜାଖୋଜି କରିବା ପରେ ସାହି ଲୋଙ୍କ ସୂଚନା ମୁତାବକ ପୋଖରୀରେ ଶିଶୁର ମୃତଦେହ ଭାସୁଥିବା ପରିବାର ଲୋକେ ଖବର ପାଇଥିଲେ ।

ଏହାକୁ ନେଇ ମୃତ ଶିଶୁର ବଡ଼ବାପା ଗୟାଧର ସାହୁ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣା ଦିନ ମୃତ ନାବାଳକ ମନୋଜ ସହିତ ଖେଳୁଥିବା ଗ୍ରାମବାସୀ ଦେଖିଥିବା ସୂଚନାକୁ ଭିତ୍ତିକରି ଘଟଣାର ୪ ଦିନ ପରେ ମନୋଜକୁ ପୁଲିସ ଗିରଫକରି କୋର୍ଟଚାଲାଣ କରିଥିଲା । ଆଜି ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ୧୪ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟକୁ ନେଇ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ଅଭିଯୁକ୍ତ ମନୋଜ ସାହୁ ଓରଫ୍ ପାପୁନ(୨୭)କୁ ଆଜୀବନ କାରାଦଣ୍ଡାଦେଶ ଏବଂ ୫ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଜ୍ଜା ଶୁଣାଇଛନ୍ତି । ସରକାରଙ୍କ ତରଫରୁ ପିପି ପ୍ରଦୀପ ଦାଶ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking