29.1 C
Bhubaneswar
Saturday, April 27, 2024
Homeଓଡିଶାଆଣ୍ଡାମାନରେ ଓଡ଼ିଆ ବୈଜ୍ଞାନିକ ଜୟନ୍ତ କୁମାର ମିଶ୍ରଙ୍କ ପରଲୋକ  

ଆଣ୍ଡାମାନରେ ଓଡ଼ିଆ ବୈଜ୍ଞାନିକ ଜୟନ୍ତ କୁମାର ମିଶ୍ରଙ୍କ ପରଲୋକ  

ଯାଜପୁର, : ସାମୁଦ୍ରିକ ଜୀଵ ନୀଳରକ୍ତ କଙ୍କଡା ସମ୍ବନ୍ଧରେ ବିସ୍ତୃତ ଗବେଷଣା କରିଆସିଥିବା ପ୍ରଥମ ଓଡ଼ିଆ ବୈଜ୍ଞାନିକ ତଥା ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଆଣ୍ଡାମାନ ସ୍ଥିତ ବ୍ରୁକସାବାଡ  କ୍ୟାମ୍ପସରେ ମହାସାଗରୀୟ  ଅଧ୍ୟୟନ ଓ ସାମୁଦ୍ରିକ ଜୀବ ବିଜ୍ଞାନ  ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ଜୟନ୍ତ କୁମାର ମିଶ୍ରଙ୍କର ୫୭ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ମଧୁମେହ ରୋଗର ଜଟିଳତା କାରଣରୁ ପୋର୍ଟବ୍ଲେୟାରର ଜି.ବି. ପନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଡଃ ମିଶ୍ର ଚଳିତ ମାସ ୫  ତାରିଖ ସକାଳ ୫ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଛି।  ସ୍ବର୍ଗତଃ ମିଶ୍ର ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ଵର ପୁର ଗ୍ରାମର ଭରତଚନ୍ଦ୍ର ମିଶ୍ର ଓ ସ୍ବର୍ଗତା ସଚୀଦେବୀଙ୍କ ପୁତ୍ର ଅଟନ୍ତି। ସେ ରାମବାଗ ହାଇସ୍କୁଲରୁ  ମ୍ୟାଟ୍ରିକ ପାସ କରି ଯାଜପୁରର ଏନ୍. ସି. କଲେଜରେ  ବି.ଏସ୍ ସି. ପଢିବା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଏମ୍.ଏସ୍ ସି. , ଏମ୍. ଫିଲ୍ . ଓ ପିଏଚ୍ .ଡି. ଏବଂ ଜାପାନର ନାଗାସାକୀ ବିଶ୍ବବିଦ୍ୟାଳୟରୁ ଡି୍.ଏଫ୍ ସି. ଡିଗ୍ରୀ ହାସଲ କରିଥିଲେ। ଉଚ୍ଚତର ମହାସାଗରୀୟ  ଗବେଷଣା ପାଇଁ ସେ ବିଭିନ୍ନ ଦେଶ ଭ୍ରମଣ କରିଥିଲେ। ତାଙ୍କର ବହୁ ଗବେଷଣାତ୍ମକ ନିବନ୍ଧ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ। ତାଙ୍କର ପ୍ରମାଣିତ ଫିଲ୍ମ୍ ମଧ୍ୟରୁ ନୀଳ ରକ୍ତ କଙ୍କଡା ଉପରେ କରାଯାଇଥିବା ”  ଦି ସର୍ଭାଇବର” ଜାତୀୟ ପୁରସ୍କାର ଲାଭ କରିଥିଲା। ତାଙ୍କ  ବିୟୋଗରେ ଦେଶବିଦେଶର ବହୁ ବୈଜ୍ଞାନିକ, ଗବେଷକ, ଶିକ୍ଷକ, ବୁଦ୍ଧିଜୀବି ଓ ପରିବେଶବିତ୍ ଶୋକ ପ୍ରକାଶ କରିଛନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking