28.1 C
Bhubaneswar
Friday, April 26, 2024
Homeଅପରାଧଦାଦାର ଅଭିଯୋଗ : ମୋ ଝିଆରୀକୁ ପୋଡ଼ି ମାରିଦେଲେ

ଦାଦାର ଅଭିଯୋଗ : ମୋ ଝିଆରୀକୁ ପୋଡ଼ି ମାରିଦେଲେ

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ହରିପୁର ପଞ୍ଚାୟତ ଅଧୀନ ଦୋମୁହାଁଣି ଗ୍ରାମର ଭାଗିରଥୀ ସାହୁଙ୍କ ପତ୍ନୀ ଚାରୁବାଳା(୨୫) ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ତେବେ ଏହା ହତ୍ୟାକାଣ୍ଡ ବୋଲି ମୃତକଙ୍କ ଦାଦା ଅଭିଯୋଗ କରିଛନ୍ତି । ଚାରୁବାଳା ଆତ୍ମହତ୍ୟା କରିଥିବା ଶାଶୂରଘର ତରଫରୁ କୁହାଯାଉଥିବା ବେଳେ ଯୌତୁକ ପାଇଁ ତାଙ୍କ ଝିଆରୀକୁ ପୋଡ଼ି ମାରିଦିଆଯାଇଛି ବୋଲି ଦାଦା ରଙ୍ଗାଧର ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଭାଗିରଥୀ ସାହୁ ଗିରଫ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ୨୦୧୮ରେ ଯୋରାଗଡିଆ ଗ୍ରାମର ବାବୁଲି ସାହୁଙ୍କ ବଡ଼ପୁଅ ଭାଗିରଥୀଙ୍କ ସହ ଚାରୁବାଳାଙ୍କ ବିବାହ ହୋଇଥିଲା । ତେବେ ବିବାହ ପରଠାରୁ ଚାରୁବାଳାଙ୍କୁ ଶାଶୂଘର ଲୋକେ ଅକଥନୀୟ ନିର୍ଯାତନା ଦେଉଥିଲେ । ଶେଷରେ ଯୌତୁକ ଦାବିରେ କିରୋସିନି ଢାଳି ହତ୍ୟା କରାଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଗୁରୁତର ଅବସ୍ଥାରେ ଚାରୁବାଳାଙ୍କୁ ପ୍ରଥମେ ଭଦ୍ରକ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରୁ କଟକ ସ୍ଥାନାନ୍ତରବେଳେ ରାସ୍ତାରେ ସେ ଆଖି ବୁଜି ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking