35.1 C
Bhubaneswar
Saturday, May 4, 2024
Homeଓଡିଶାମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ବୋହିଲେ ଶବ

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ବୋହିଲେ ଶବ

ଜଗନ୍ନାଥପ୍ରସାଦ : ମହାପ୍ରାୟାଣ ଗାଡ଼ି ନମିଳିବାରୁ ଶବକୁ ବାଇକ୍‌ରେ ବୋହି ଘରକୁ ନେଲେ ସମ୍ପର୍କୀୟ । ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ଜିରାବାଡ଼ି ଗ୍ରାମର ନୀଳମାଧବ ପ୍ରଧାନ(୭୮)ଙ୍କ ମୃତଦେହ ବାଇକ୍‌ରେ ବୋହି ନେଇଛନ୍ତି ସମ୍ପର୍କୀୟ ହରିକୃଷ୍ଣ ବିଷୋୟୀ ଏବଂ ଜ୍ୱାଇଁ ଅରୁଣ ନାୟକ ।  ଜିରାବାଡ଼ି ଗ୍ରାମର ନୀଳମାଧବ ପ୍ରଧାନ ଚା’ ପିଇବା ପାଇଁ ବଜାରକୁ ଆସିଥିଲେ । ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରିବାର ଲୋକ ମହାପ୍ରୟାଣ ଗାଡିରେ ଶବ ନେବାକୁ ଡାକ୍ତରଙ୍କୁ କହିଥିଲେ । କିନ୍ତୁ ମହାପ୍ରୟାଣ ଗାଡ଼ି ସୁବିଧା ନଥିବା କହିଥିଲେ । ମୃତକଙ୍କ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସ, ଅଟୋ ଯୋଗାଯୋଗ କରିଥିଲେ । କିନ୍ତୁ ଶବ ନେବା ପାଇଁ କେହି ରାଜି ହୋଇନଥିଲେ । ଶେଷରେ ବାଧ୍ୟ ହୋଇ ବାଇକ୍‌ରେ ବୋହି ଘରକୁ ଆଣିଥିଲେ ଶବ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking