29.1 C
Bhubaneswar
Sunday, May 19, 2024
Homeଓଡିଶାଜାଡ଼ରେ ଥରୁଛି ଓଡ଼ିଶା

ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଶୀତ ଲେଉଟିଛି । ରାଜ୍ୟର ୪ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବାକୁ ଥିବାବେଳେ ପରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ବୃଦ୍ଧିପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଅପରପକ୍ଷେ ଦିନ ୧୨ଟା ଯାଏଁ ବିଭିନ୍ନ ସ୍ଥାନରେ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଥିବା ବେଳେ ରାସ୍ତାଘାଟରେ ଯାତାୟତରେ ସମସ୍ୟା ହେଉଛି । ଏପରିକି କୁହୁଡ଼ିରେ ୫୦ ମିଟରରୁ ଅଧିକ ଦୂରକୁ ଦେଖାଯାଉ ନାହିଁ । ରାତି ଅପେକ୍ଷା ସକାଳେ ଅଧିକ ଘନ କୁହୁଡ଼ି ହେଉଛି । ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାକୁ ପାଣିପାଗ କେନ୍ଦ୍ର ଏନେଇ ସତର୍କ କରାଇଥିବାବେଳେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଏନେଇ ୭ ଜିଲ୍ଲାକୁ ସତର୍କ କରାଇଥିବା ଜଣାପଡ଼ିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା । କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବି କୁହୁଡ଼ି ଦେଖିବାକୁ ମିଳିଛି । ଫୁଲବାଣୀ ସବୁଠୁ ଥଣ୍ଡା ହୋଇଥିବା ବେଳେ ଝାରସୁଗୁଡା ୭.୬, ଦାରିଙ୍ଗବାଡି ୮.୦, ସୁନ୍ଦରଗଡ ୮.୫, କେନ୍ଦୁଝର ୯.୯, ବଲାଙ୍ଗିର ୧୦.୦, ସୋନପୁର ୧୦.୨, ଭବାନୀପାଟଣା ୧୦.୫, ସମ୍ବଲପୁର ୧୦.୮ , ଭୁବନେଶ୍ୱର ରେ ୧୬.୦ ଏବଂ କଟକରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜଗତସିଂହପୁର, ଗଞ୍ଜାମ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କନ୍ଧମାଳରେ ଘନ କୁହୁଡି ଦୃଶ୍ୟମାନ ହେବ । ଏହି ସ୍ଥାନଗୁଡିକରେ ଦୃଶ୍ୟମାନ ଦୂରତା ୨ଶହ ମିଟରରୁ କମ୍ ରହିବ । ଏହାସହ ଉପକୂଳ ଓଡ଼ିଶାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking