38.1 C
Bhubaneswar
Friday, April 26, 2024
Homeଓଡିଶାକ୍ଷତିପୂରଣ ଦାବିରେ ଶବରଖି ରାସ୍ତା ଅବରୋଧ 

କ୍ଷତିପୂରଣ ଦାବିରେ ଶବରଖି ରାସ୍ତା ଅବରୋଧ 

ଫୁଲବାଣୀ : ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୋମବାର ଶବରଖି ରାସ୍ତା ଅବରୋଧ କରିଥିଲେ ।  ଫୁଲବାଣୀ ଜିଲ୍ଲା ଟିକାବାଲି ଥାନା ଅଂଚଳର ବଡ଼ିମୁଣ୍ଡା ପଞ୍ଚାୟତର ନୂଆସାହି ଲୋକେ । ଖବର ପାଇ ଟିକାବାଲି ଥାନା ଅଧିକାରୀ ରେବତୀ ଶବର, ବିଡ଼ିଓ ଏବଂ ତହସିଲଦାର ପହଞ୍ôଚ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ସହିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତି ପଡ଼ିଥିଲା । ଠିକାସଂସ୍ଥା ପକ୍ଷରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ରବିବାର ନୂଆସାହି ଗ୍ରାମର ପ୍ରକାଶ ଦେହୁରୀ ଓ ଅନ୍ୟଜଣେ ଏକ ବାଇକରେ ଫୁଲବାଣୀ ପଟେ ଆସୁଥିବା ବେଳେ ଗୁମାଗଡ଼ ନିକଟରେ ଏକ ଠିକାସଂସ୍ଥାର ଡମ୍ଫର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାଇକ୍ ଚାଳକ ଓ ଅନ୍ୟ ଜଣେ ଗୁରୁତର ହୋଇଥିବା ବେଳେ କିଛି ଯୁବ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଉଭୟଙ୍କୁ ପ୍ରଥମେ ଗୁମାଗଡ଼ ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଟିକାବାଲି ପୁଲିସ୍ ଏକ ମାମଲା ରୁଜୁକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା । ଶବ ପାଇବା ପରେ କ୍ଷତିପୂରଣ ଦାବିକରି ଅଞ୍ଚଳବାସୀ ଟିକାବାଲି-ପାବୁରିଆ ରାସ୍ତା ଅବରୋଧ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟତମ ଗୁରୁତର ପରକ୍ଷିତ ଦେହୁରୀ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏନେଇ ଟିକାବାଲି ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking