39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶପ୍ରକାଶ ହେଲା ଜାତୀୟ ସାଇବର ନିରାପତ୍ତା ରଣନୀତି ଚିଠା ୨୦୨୦

ପ୍ରକାଶ ହେଲା ଜାତୀୟ ସାଇବର ନିରାପତ୍ତା ରଣନୀତି ଚିଠା ୨୦୨୦

ନୂଆଦିଲ୍ଲୀ : ଜାତୀୟ ସାଇବର ନିରାପତ୍ତା ରଣନୀତି ଚିଠା ୨୦୨୦ ପ୍ରକାଶ ପାଇଛି। ଏଥିରେ ଭାରତ ପାଇଁ ଏକ ସୁରକ୍ଷିତ ସାଇବର ସ୍ପେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଚିଠାକୁ ଖୁବ୍‍ ଶୀଘ୍ର ବିଭିନ୍ନ ମନ୍ତ୍ରଣାଳୟକୁ ପଠାଯାଇ ମତାମତ ସଂଗ୍ରହ କରାଯିବ। ପରେ ଅନୁମୋଦନ ପାଇଁ କ୍ୟାବିନେଟ୍‍ ବୈଠକରେ ଉପସ୍ଥାପିତ ହେବ। ଜାତୀୟ ସାଇବର ନିରାପତ୍ତା ସଂଯୋଜକ ରାଜେଶ ପନ୍ତ କହିଛନ୍ତି ଯେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କୁ ନେଇ ସାଇବର ନିରାପତ୍ତା ରକ୍ଷା ପାଇଁ ଏକ ସ୍ୱତନ୍ତ୍ର କ୍ୟାଡର ସୃଷ୍ଟିର ଆବଶ୍ୟକତା ରହିଛି। ବର୍ତ୍ତମାନ ବ୍ୟବସ୍ଥାରେ ଯେଉଁ କର୍ମଚାରୀମାନେ ଏଥିରେ କାର୍ଯ୍ୟ କରୁଛନ୍ତି ସେଥିରେ ଅତି ସମ୍ବେଦନଶୀଳ ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ସହଜ ନୁହେଁ।
ନୂଆଦିଲ୍ଲୀଠାରେ ଆସୋଚାନ୍‍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ରାଜେଶ ପନ୍ତ କହିଛନ୍ତି ଯେ ନୂଆ ବ୍ୟବସ୍ଥାରେ କୌଣସି ଆର୍ଥିକ ଦେଣନେଣ ବେଳେ ମୋବାଇଲ୍‍ ଫୋନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୁହଁକୁ ଚିହ୍ନିବା ଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ବିଚାର କରାଯାଉଛି। ଭାରତ ୫ ଟ୍ରିଲିୟନ୍‍ ଡଲାର ବିଶିଷ୍ଟ ଅର୍ଥନୀତିରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବାରୁ ସାଇବର ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ ହେବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking