31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବଢିଲା ୟୁଏଏନ ସହ ଆଧାର ଲିଙ୍କର ଅବଧି

ବଢିଲା ୟୁଏଏନ ସହ ଆଧାର ଲିଙ୍କର ଅବଧି

ନୂଆଦିଲ୍ଲୀ: ଇପିପିଏଫ ଖାତାଧାରୀଙ୍କ ପାଇଁ ବଡ଼ ଖବର । ୟୁଏଏନ ସହ ଆଧାର ଲିଙ୍କର ଅବଧିକୁ ବଢାଇ ଦିଆଯାଇଛି । ଏଣିକି କିଛି କର୍ମଚାରୀ ପିଏଫ ଖାତାର ୟୁଏଏନକୁ ୩୧ ଡିସେମ୍ବର ଯାଏଁ ଆଧାର ନମ୍ବର ସହ ଲିଙ୍କ କରିପାରିବେ । ସେହିପରି ବାକି କିଛି କର୍ମଚାରୀଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଡେଡ ଲାଇନ ରଖାଯାଇଛି । ଏହି ସମୟ ମଧ୍ୟରେ ୟୁଏଏନ ସହ ଆଧାର ଲିଙ୍କ କରିବାକୁ ହେବ । ଇପିଏଫଓ ମେମ୍ବରଙ୍କ ପାଇଁ ଇପିଏଫ ଆକାଉଣ୍ଟକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ସମସ୍ତଙ୍କ ପାଇଁ ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଥିଲା । ତେବେ କେବଳ ଉତ୍ତର-ପୂର୍ବ ଭାରତର ପ୍ରତିଷ୍ଠାନଗୁଡିକ ପାଇଁ ୟୁଏଏନ ସହ ଆଧାର ଲିଙ୍କର ଅବଧିକୁ ଡିସେମ୍ବର ୩୧ ଯାଏଁ ବଢ଼ାଇ ଦିଆଯାଇଛି। ହେଲେ ଅନ୍ୟ ସବୁ ପ୍ରତିଷ୍ଠାନ ପାଇଁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରହିଛି । ଯଦି ଆପଣ ଇପିଏଫ ସହ ଆଧାର ଲିଙ୍କ କରୁନାହାନ୍ତି । ତେବେ ଆପଣଙ୍କ ଆଗାମୀ ପିଏଫ ବନ୍ଦ ହୋଇଯାଇପାରେ । ଆଉ ଜମା ଟଙ୍କା ବାହାର କରିବାରେ ଅସୁବିଧା ହୋଇପାରେ । ତେବେ ଏହି ଅସୁବିଧା ପୂର୍ବରୁ ଆପଣଙ୍କୁ ପିଏଫ ଆକାଉଣ୍ଟ ସହ ଆଧାର ଲିଙ୍କ କରିଦେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking