କୋଟପାଡ: କୋଟପାଡ ଥାନା କୁର୍ମାକୋଟ ଗ୍ରାମର ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ହତ୍ୟା ଅଭିଯୋଗରେ ପୋଲିସ ସେହି ଗ୍ରାମର ବାପ ପୁଅକୁ ଗିରଫ କରିଥିବା ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଦୁଇଜଣ ହେଲେ କୁର୍ମାକୋଟ ଗ୍ରାମର ଭଗବାନ ଗୌଡ ଓ ତାଙ୍କ ପୁଅ ବଲ ଗୌଡ । ତେବେ ପରକିୟା ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି । ଭଗବାନଙ୍କ ସ୍ତ୍ରୀ ସହ ମୃତ ଲକ୍ଷ୍ମଣ ଗୌଡର ଅବୈଧ ସମ୍ପର୍କ ରହିଥିଲା ତେଣୁ ସେ ପ୍ରତିଶୋଧ ନେବାକୁ ଲକ୍ଷ୍ମଣକୁ ଏକ ଲୁହାଛଡରେ ପଟିପିଟି ମାରି ଦେବା ପରେ ପୁଅର ସହାୟତାରେ ପଖୋରୀରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିବା ଜଣା ପଡିଛି । ସୂଚନା ଥାଉକି କୋଟପାଡ ବ୍ଲକ୍ ଚିତ୍ରା ପଞ୍ଚାୟତ କୁର୍ମାକୋଟ ଗ୍ରାମର ଲକ୍ଷ୍ମଣ ଗୌଡ(୩୬) ଅଚାନକ ନିଖୋଜ ହୋଇଯିବା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ।
ବିଭିନ୍ନ ସ୍ଥାନରେ ଖୋଜିବା ପରେ ନପାଇ କୋଟପାଡ ଥାନାରେ ଏତେଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ କୁର୍ମାକୋଟ ଗ୍ରାମର ଏକ ପଖୋରୀରେ ଜଣେ ବ୍ୟକ୍ତିର ମୃତଦେହ ଭାସୁଥିବା ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ । କୋଟପାଡ ଥାନା ଅଧିକାରୀ ଶେଷଦେବ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପଖୋରୀରୁ ମୃତଦେହ ଉଦ୍ଧାର କରିଥିଲା। ମୃତଦେହ କୂଳରେ ଥିବା ଏକ ଗଛରେ ବନ୍ଧା ଯାଇଥିବାରୁ କେହି ଦୁର୍ବୂତ ସୁପରିକଳ୍ପିତ ଭାବେ ହତ୍ୟା କରି ମୃତଦେହକୁ ଗଛରେ ବାନ୍ଧି ଫିଙ୍ଗି ଦେଇଥିବା ସନ୍ଦେହ କରି ଦଫା ୩୦୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୋଲିସ ସନ୍ଦେହ କରି ଭଗବାନ ଗୌଡ ଓ ପୁଅ ବଳ ଗୌଡକୁ ଥାନାକୁ ନେଇ ଜେରା କରିବା ପରେ ସତ୍ୟାଲତ୍ୟ ଜଣା ପଡିଥିଲା । ଗିରଫ ବାପ ପୁଅକୁ କୋର୍ଟ ଚାଲାଣ କରା ଯାଇଥିବା ଏସଡିପିଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।