32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଚଳନ୍ତା ଟ୍ରେନ୍‌ରେ ଯୁବତୀଙ୍କ ସହ ନାଚି ଫସିଲେ ହୋମ୍‌ଗାର୍ଡ

ଚଳନ୍ତା ଟ୍ରେନ୍‌ରେ ଯୁବତୀଙ୍କ ସହ ନାଚି ଫସିଲେ ହୋମ୍‌ଗାର୍ଡ

ପୁନେ: ମୁମ୍ବାଇରେ ଏକ ଲୋକାଲ ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସହିତ ନାଚି ଫସି ଯାଇଛନ୍ତି ଜଣେ ହୋମ୍‌ଗାର୍ଡ । ତାଙ୍କର ଏହି ଭିଡିଓଟି ଭାଇରାଲ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ମୁମ୍ବାଇ ଜିଆରପି । ଏହି ହୋମ୍‌ଗାର୍ଡଙ୍କ ନାଁ ଏସ୍‌ଏଫ୍ ଗୁପ୍ତା । ଘଟଣାଟି ଘଟିଛି ଗତ ୬ ତାରିଖରେ । ଏକ ଲୋକାଲ ଟ୍ରେନ୍‌ର ମହିଳା କୋଚ୍‌ରେ ଏହି ଘଟଣା ଘଟିଥିଲା ।

ସୋଶାଲ ମିଡିଆର ପରିଚିତ ଚେହେରା ସାଇବା ଉକ୍ତ ଟ୍ରେନ୍‌ରେ ଏକ ଗୀତରେ ନୃତ୍ୟ କରୁଥିଲେ । ହୋମ୍‌ଗାର୍ଡ ଏସ୍‌ଏଫ୍ ଗୁପ୍ତା ସେଠାରେ ଛିଡ଼ା ହୋଇଥିଲେ । ଟ୍ରେନ୍‌ର ଦ୍ୱାର ଠାରୁ ଦୂରରେ ରହିବାକୁ ସେ ସାଇବାଙ୍କୁ ତାଗିଦ କରିଥିଲେ । କିନ୍ତୁ କିଛି ସମୟ ପରେ ଦେଖିବାକୁ ମିଳିଥିଲା ଯେ ହୋମ୍‌ଗାର୍ଡ ଏସ୍‌ଏଫ୍ ଗୁପ୍ତା ତାଙ୍କ ସହିତ ନାଚିଥିଲେ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁମ୍ବାଇ ସେଣ୍ଟ୍ରାଲ ଡିଆରଏମ୍ ଆରପିଏଫ୍‌କୁ କହିଛନ୍ତି । ସେହିଭଳି ଜିଆରପି ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇଛି । ୟୁନିଫର୍ମରେ ଥାଇ ଏମିତି ନୃତ୍ୟ କରିବା ଆଦୌ ଠିକ୍ ନୁହେଁ ବୋଲି ଜିଆରପି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking