36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶକୋଟାରେ ୧୭ ବର୍ଷିୟ ‘ଆଇଆଇଟି-ଜେଇଇ’ ଆଶାୟୀଙ୍କୁ ଲୁହାଛଡ଼ରେ ପିଟି ହତ୍ୟା

କୋଟାରେ ୧୭ ବର୍ଷିୟ ‘ଆଇଆଇଟି-ଜେଇଇ’ ଆଶାୟୀଙ୍କୁ ଲୁହାଛଡ଼ରେ ପିଟି ହତ୍ୟା

କୋଟା: ରାଜସ୍ଥାନର କୋଟା ଅନ୍ତର୍ଗତ ଜବାହର ନଗର ଥାନା ଅଞ୍ଚଳରେ ଜଣେ ୧୭ ବର୍ଷିୟ ‘ଆଇଆଇଟି-ଜେଇଇ’ ଆଶାୟୀ ଶିକ୍ଷାର୍ଥୀଙ୍କୁ ଲୁହାଛଡ଼ରେ ପିଟି ହତ୍ୟା କରାଯାଇଥିବା କଥା ପୁଲିସ କହିଛି । ମୃତ ଶିକ୍ଷାର୍ଥୀ ହେଉଛନ୍ତି, ପ୍ରାୟ ୨ବର୍ଷ ହେବ କୋଟାରେ ‘ଆଇଆଇଟି-ଜେଇଇ’ ପ୍ରବେଶିକା ପରୀକ୍ଷା ନିମନ୍ତେ ଉତ୍ତର ପ୍ରଦେଶର ଗୋରଖପୁର ବାସିନ୍ଦା ଏକାଦଶ ଶ୍ରେଣୀର ୧୭ ବର୍ଷିୟ ଛାତ୍ର ସତ୍ୟବୀର ଓରଫ ରାଜବୀର ଓରଫ ରୋନକ୍ । ସୋମବାର ବିଳମ୍ବିତ ସନ୍ଧ୍ୟା ବେଳେ ସତ୍ୟବୀର ଚା ପିଇବାକୁ ଚା ଷ୍ଟଲ୍‌କୁ ଯାଇଥିବା ବେଳେ କୋଚିଙ୍ଗ୍ ନେଉଥିବା ୭/୮ ତରୁଣ ଆସି ଲୁହାଛଡ଼ ଓ ଚେନ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ । ତୁରନ୍ତ ତାଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲା ।

ସେଠାରେ ତାଙ୍କର ମୃତ୍ୟୁ ଘଟିଲା । ପରିବାର ଲୋକେ ଆସି ପହଞ୍ଚିଲା ପରେ ବ୍ୟବଚ୍ଛେଦ କରାଯିବ ବୋଲି ସତ୍ୟବୀରଙ୍କ ଶବକୁ ‘ନିୟୁ ମେଡିକାଲ୍ କଲେଜ୍ ହସ୍ପିଟାଲ୍‌’ର ଲାସ୍ ଖାନାରେ ରଖାଯାଇଛି । ସେ ଅଞ୍ଚଳର ଜଣେ ଦୋକାନୀ କହିଛନ୍ତି ଯେ, ଲୁହାଛଡ଼ ଓ ଚେନ୍ ଧରି କେତେକ ତରୁଣ ସେ ୧୭ ବର୍ଷିୟ ପିଲାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ପୁଲିସ କହିଛି, ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ କୋଚିଙ୍ଗ୍ ନେଉଥିବା ସେ ଛାତ୍ରମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆକ୍ରମଣ ପରେ ୧୭ ବର୍ଷିୟ ଛାତ୍ରଜଣକ ତା’ ରୁମ୍‌କୁ ଯାଇଥିଲା । ସେଠାରେ ତା’ର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଲା । ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଭବାନୀ ସିଂହ କହିଛନ୍ତି, ଆକ୍ରମଣର କାରଣ ସଂକ୍ରାନ୍ତରେ ତଦନ୍ତ ଚାଲିଥିବା ବେଳେ ପଚରାଉଚରା ପାଇଁ କେତେ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking