32.1 C
Bhubaneswar
Sunday, April 28, 2024
HomeUncategorizedବିଧାୟକ ପରିବାରବର୍ଗ ଙ୍କ ଦବଙ୍ଗଗିରି : ଫେସବୁକ କମେଣ୍ଟ ପାଇଁ ହତ୍ୟା ଧମକ

ବିଧାୟକ ପରିବାରବର୍ଗ ଙ୍କ ଦବଙ୍ଗଗିରି : ଫେସବୁକ କମେଣ୍ଟ ପାଇଁ ହତ୍ୟା ଧମକ

ବଲାଙ୍ଗିର: ଫେସବୁକ କମେଣ୍ଟକୁ କେନ୍ଦ୍ରକରି ହତ୍ୟା ଧମକ ଅଭିଯୋଗ ହୋଇଛି । ଏଭଳି ଦବଙ୍ଗଗିରି ଦେଖାଇଛନ୍ତି ଲୋଇସିଂହାବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ କାକା ରଞ୍ଜନ ମହଲିଙ୍ଗ । ଜୀବନ ଭୟରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଲୋଇସିଂହା ନିବାସୀ ଝସକେତନ ମହାନନ୍ଦ । ଅଭିଯୋଗ ଅନୁସାରେ, ସମ୍ବଲପୁର ଠାରେ ଧାନ କିଣା ନେଇ ବିଜେପି ଦଳ ତରଫରୁ ଘେରାଉ କାର‌୍ୟ୍ୟକ୍ରମ କରାଯାଇଥିଲା । ବିଧାୟକ ଶ୍ରୀ ମହାଲିଙ୍ଗ ଏହାକୁ ଫେସବୁକ ରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ରେ ନଅଗାଁ ନିବାସୀ ଝସକେତନ ମହାନନ୍ଦ ନାମକ ଏକ ଯୁବକ ଗତକାଲି କମେଣ୍ଟ କରିବା ସହ ବିଜେପି ର କେନ୍ଦ୍ର ସରକାରଙ୍କ ଚାଷୀ ଉପରେ କରୁଥିବା ଅନ୍ୟାୟ ବିଷୟରେ ପୋଷ୍ଟ କରି , ବିଧାୟକଙ୍କୁ ଥରେ ଦିଲ୍ଲୀ ବୋର୍ଡର ବୁଲି ଆସିବା ପାଇଁ ଯୁବକ ପ୍ରତିକ୍ରିୟା ଦେଇଥିଲେ । ଯାହାକୁ ନେଇ ବିଧାୟକଙ୍କ କାକା ଏବଂ ତାଙ୍କ ସମର୍ଥକମାନେ ଝସକେତନଙ୍କ ଘରକୁ ଯାଇ ଗାଳିଗୁଲଜ କରିଥିଲେ । ହେଲେ ସେତେବେଳେ ଝସକେତନ ଘରେ ନଥିବାରୁ ସେମାନେ ତାଙ୍କ ବାପାଙ୍କୁ ଗାଳିଗୁଲଜ କରିଥିଲେ । ଫେସବୁକରେ ଏପରି କମେଣ୍ଟ କାହିଁକି ଦେଇଛି, ତୋ ପୁଅକୁ ମାରିଦେବୁ ବୋଲି ଧମକଚମକ ଦେଇଥିଲେ । ତେଣୁ ଏସମ୍ପର୍କରେ ଖବର ପାଇବା ପରେ ଆଜି ଝସକେତନ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ତାଙ୍କର କିଛି ହୁଏ ତେବେ ବିଧାୟକ ଡ. ମହାଲିଙ୍ଗ ଓ ତାଙ୍କ କାକା ଦାୟୀ ରହିବେ ବୋଲି ଏତଲାରେ ଦର୍ଶାଇଛନ୍ତି । ତେବେ ସମ୍ବଲପୁର ଘେରାଉ କାର‌୍ୟ୍ୟକ୍ରମକୁ ନେଇ ସାରା ରାଜ୍ୟରେ ରାଜନୀତି ସର ଗରମ ହୋଇଥିବା ବେଳେ ଏହି ଘଟଣା ଲୋଇସିଂହା ବିଧାୟକ ମହଲିଙ୍ଗ ଙ୍କୁ ଆହୁରି ଅଡୁଆ ରେ ପକାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking