34.1 C
Bhubaneswar
Friday, March 29, 2024
HomeUncategorizedଲୋକଙ୍କ ସ୍ୱପ୍ନ ଓ ବିଶ୍ୱାସକୁ କେମିତି ପୂରଣ କରିପାରିବ ଏ ବର୍ଷର ବଜେଟ

ଲୋକଙ୍କ ସ୍ୱପ୍ନ ଓ ବିଶ୍ୱାସକୁ କେମିତି ପୂରଣ କରିପାରିବ ଏ ବର୍ଷର ବଜେଟ

ଭୁବନେଶ୍ୱର : ଆଗାମୀ ମାସରେ ହେବାକୁ ଥିବା ବଜେଟ ଯାହାକୁ ଆମ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ସଂସଦରେ ପ୍ରସ୍ତୁତ କରିବେ । ଏହି ବଜେଟରେ ଚାକିରୀ କରୁଥିବା ଶ୍ରେଣୀର ଲୋକ ମାନଙ୍କ ରୋଜଗାର ଆଶା ଓ ସାଧାରଣ ଚାକିରୀଆ ମାନଙ୍କର କୋଭିଡ ମହାମାରୀକୁ ନେଇ ସେମାନଙ୍କ ଆଶାରେ କ’ଣ ପରିବର୍ତ୍ତନ ରହିଛି । ତାହା ଜାଣିବା ଗୁରୁତ୍ୱପୁର୍ଣ୍ଣ ଅଟେ । ଜଣାଯାଉଛି କି, ମାନକ ରିହାତିକୁ କମସେ କମ ୧ ଲକ୍ଷରୁ ୧ଲକ୍ଷ ୨୫ ହଜାର ଟଙ୍କା କେରାଯିବା ଦରକାର । ଏହା ପଛରେ କାରଣ ହେଉଛି ମାନକ ରିହାତି ଆସିବା ପରେ ପରିବହନ ଭତ୍ତା ସହ ଚିକିତ୍ସା ଭତ୍ତା ମିଶାଇ ଦିଆଯାଇଥିଲା । ଯାହା ଫଳରେ ଅସୁବିଧା ହୋଇଥିଲା । କୋରନା ମହାମାରୀରେ ଘରେ ରହି କାମ କରିବା ଫଳରେ ବିଭିନ୍ନ ଖର୍ଚ୍ଚ ବଢିଛି ଯେପରିକି ଇଣ୍ଟରନେଟ ଖର୍ଚ୍ଚ , ଅଫିସର ସେଟଅପ ଘରେ କରିବାର ଖର୍ଚ୍ଚ ଇତ୍ୟାଦି । ଏହି ବ୍ୟବସ୍ଥାରେ ବହୁ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ପଡିଛି । ତେଣୁ ମାନକ ରିହାତିକୁ ବୃଦ୍ଧି କରିବା ପାଇଁ ଆଶା କରାଯାଉଛି ।

ଏବେ ଏହା ମଧ୍ୟ କୁହାଯାଉଛି ଯଦି ମାନକ ରିହାତି କୁ କମ ନକରାଯାଉଛି ତେବେ ଚିକିତ୍ସା ଭତ୍ତା ଏବଂ ପରିବହନ ଭତ୍ତାକୁ ପୁନଃ ଲାଗୁ କରାଯା ଉା
ଲୋକଙ୍କ କହିବା ଅନୁସାରେ ଟାକ୍ସ ଲାଗୁ କରିବା ବ୍ୟବସ୍ଥାରେ କମ୍ପାନୀ ଟାକ୍ସ ରେଟ ୨୫ ପ୍ରତିଶତ ଥିବାବେଳେ ବ୍ୟକ୍ତିଗତ ଟାକ୍ସ ରେଟ ୩୦ ପ୍ରତିଶତ ରହିଛି । ତାକୁ କମ କରାଯିବା ଦିଗରେ ପଦକ୍ଷେପ ନିଆଯାଉ ।

ସ୍ଲାବକୁ ପରିବର୍ତ୍ତନ କରାଯିବା ନେଇ ମଧ୍ୟ ଆଶ କରାଯାଉଛି । ଏହି ସ୍ଲାବକୁ ବୃଦ୍ଧି କରାଯାଇ ୫ ଲକ୍ଷ କରାଯାଉ ।
ଏଟିଡିରେ ଥିବା ୫୦ ହଜାର କ୍ୟାଫିଙ୍ଗକୁ ୭୫ ହଜାର ବଢାଇ ଦିଆଯାଉ । ଘରୋଇକରଣ କ୍ଷେତ୍ରରେ ସରକାର ମଧ୍ୟ ଏପରି କିଛି ବ୍ୟବସ୍ଥା ଆଣିବାକୁ ଚେଷ୍ଟା କରିବ । ଯାହା ନିବେଶକୁ ବୃଦ୍ଧି କରିବାରେ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking