32.1 C
Bhubaneswar
Thursday, March 28, 2024
Homeଓଡିଶାଆରଡିସି ଅଫିସ ଘେରାଓ ପାଇଁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ପ୍ରସ୍ତୁତି

ଆରଡିସି ଅଫିସ ଘେରାଓ ପାଇଁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ପ୍ରସ୍ତୁତି

ବଲାଙ୍ଗିର,(ଦେବାଶିଷ ମିଶ୍ର): ଆଦିବାସୀ କଲ୍ୟାଣ ମହାସଂଘର ବାରମ୍ବାର ପ୍ରୟାସ ସତ୍ୱେ ପଶ୍ଚିମ ଓଡିଶାରେ ନକଲି ଆଦିବାସୀମାନଙ୍କ ଜାଲଜାତୀ ପ୍ରମାଣପତ୍ର ଗୁଡିକୁ ରଦ୍ଦ କରିବା ପାଇଁ ଗଠିତ ରାଜ୍ୟ ସ୍ତରୀୟ ଯାଜ୍ଞ କମିଟି ତଥା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସମ୍ବଲପୁର ତତ୍ପରତା ପ୍ରକାଶ କରୁନାହାନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ହେଉ ନାହିଁ କିମ୍ବା ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଜାଲଜାତୀ ପ୍ରମାଣପତ୍ର ମାମଲାଗୁଡ଼ିକ ଶୁଣାଣି, ତଦନ୍ତ, ରାୟ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଫଳରେ ନକଲି ଆଦିବାସୀ କର୍ମଚାରୀମାନେ ସରକାରୀ ବିଭାଗରେ ଚାକିରି କରୁଛନ୍ତି । ଯେଉଁ ନକଲି ଆଦିବାସୀମାନଙ୍କ ଜାଲଜାତି ପ୍ରମାଣ ରଦ୍ଦ ହୋଇଛି, ସେମାନଙ୍କୁ ପୋଲିସ ଗିରଫ କରୁନାହିଁ, ସମ୍ପୃକ୍ତ ଜି୍‌ଲ୍ଲା ମଙ୍ଗଳ ଅଧିକାରୀ ଓପିଡିଆର କେସ କରି ନକଲି ଆଦିବାସୀଙ୍କ ଦରମା, ଭତ୍ତା, ସରକାରୀ ଟଙ୍କା ରିକଭରି କରୁନାହିଁ ଆହୁରି ମାଧୁରୀ ପାଟିଲ ବନାମ ଅତିରିକ୍ତ କମିଶନର ଆଦିବାସୀ ବିଭାଗ ମହାରାଷ୍ଟ୍ର ମାମଲାର ଆଦେଶ ଅନୁସାରେ ଜିଲ୍ଲାପାଳ ଏବଂ ଆରକ୍ଷି ଅଧିକ୍ଷକ କାର୍ଯକାରୀ କରୁନାହାନ୍ତି । ତେବେ ଆଗାମୀ ୧୫ ଦିନ ମଧ୍ୟରେ ଦାବି ଗୁଡିକ ପୁରଣ ନ ହେଲେ ଶସସ୍ତ୍ର ଆଦିବାସୀ ଆରଡିସି ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି ।

ସ୍ଥାନିୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ଆହୁରି କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲାରେ ୩୭୦, ସୋନପୁର ୧୫୬, ବରଗଡ ୧୮୨, ସମ୍ବଲପୁର ୬୨, କଳାହାଣ୍ଡି ୧୭୦ ନକଲି ଆଦିବାସୀ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ରଦ୍ଦ କରାଯାଇନାହିଁ । ଏପଟେ କେତେକ ଅଣ ଆଦିବାସୀ ଗୋଷ୍ଠୀ ଆଦିବାସୀ ପ୍ରମାଣପତ୍ର ହାସଲ କରି ସମସ୍ତ ସରକାରୀ ସୁବିଧା ହଡପ କରୁଛନ୍ତି । କୁଲି ମେହେର କିମ୍ବା କୁଲିଶ ଜାତୀ ର ଲୁଗାବୁଣା ଜାତୀର ଲୋକ ଆଦିବାସୀ ସାର୍ଟିଫିକେଟ ନେଇଛନ୍ତି । ଏହି ମର୍ମରେ ଓଡିଶା ସରକାରଙ୍କ ଅନୁସୂଚୀତ ଜାତୀ ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ତାଙ୍କ ପତ୍ର ସଂ. ୧୯୮୪ ତା.୨୮.୦୮/୨୦୦୮ ରେ ଷ୍ପଷ୍ଟିକରଣ ଦେଇ ଉଲ୍ଲେଖ କରିଛନ୍ତି ଯେ କୁଲି ଏବଂ କୁଲିଶ ଜାତି ଏସ୍‌ଟି କିମ୍ବା ଏସ୍‌ସି ନୁହେଁ, ଆଦିବାସୀଙ୍କ ଭଳିଆ ତାଙ୍କର ସାଂସ୍କୃତିକ ବୈଷିଷ୍ଟ୍ୟ ନାହିଁ ସେମାନେ ଭୁଲିଆ, ତେରା, ପାତ୍ର, ରଙ୍ଗିଣୀ, ଗଣ୍ଡା, କୃଷ୍ଣା, କୁଲି, ବୁଣାକାର ଶ୍ରେଣୀର ଜାତୀ ।

ସେହିଭଳି ଦୋରା ସଜ୍ଞାଧାରୀ ଗୋଷ୍ଠି ଜାହାଙ୍କ ଜାତୀ ତେଲେଙ୍ଗା, ତେଲଙ୍ଗା, ତେଲୁଗୁ, ସେମାନେ ଚଞ୍ଚକତା ପୂର୍ବକ ମୂଳଜାତିକୁ ବଦଲାଇ କୋଣ୍ଡା ଦୋରା କରି, ରେକର୍ଡ ଚଞ୍ଚକତା କରି ଆଦିବାସୀ ପ୍ରମାଣପତ୍ର ଦ୍ୱାରା କୋଟା ର ସୁଯୋଗ ଆତ୍ମସାତ କରୁଛନ୍ତି । ୨୦୦୭ ରୁ ଦୋରାମାନଙ୍କୁ କୋଣ୍ଡା ଦୋରା ସାର୍ଟିଫିକେଟ ତହସିଲଦାରମାନେ ଦେଉନାହାନ୍ତି କିନ୍ତୁ ରଦ୍ଧ କରୁନାହାନ୍ତି । କେତେକ ଗୋଷ୍ଠିର ଲବାନ ଏସସି ରୁ ବଞ୍ଜାରା ଏସ୍‌ଟି, ଗଉଡ ଓବିସି ରୁ କନ୍ଧ ଗଉଡ ଏସ୍‌ଟି ଥାରୁଆ ଓବିସି ରୁ ଥାରୁଆ ବିନ୍ଧାଣୀ ଏସ୍‌ଟି ଜାଳିଆତି କରିଛନ୍ତି । ଏ ସବୁ ନକଲି ଆଦିବାସୀ ଙ୍କ ଜାଳଜାତୀ ପ୍ରମାଣପତ୍ର ଗୁଡିକୁ ୧୫ ଦିନ ମଧ୍ୟରେ ରଦ୍ଦ କରିବାକୁ ଓଡିଶା ସରକାର ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିକୁ ଆଦେଶ ଦିଅନ୍ତୁ ।

କୁଲି,କୁଲିଶ, କୋଣ୍ଡା ଦୋରା, ବଞ୍ଜାରା, କନ୍ଧ ଗଉଡ,ଥାରୁଆ ବିନ୍ଧାଣିକୁ ତହସିଲଦାରମାନେ ଆଦିବାସୀ ସାର୍ଟିଫିକେଟ ନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ଶତାଧିକ ନକଲି ଆଦିବାସୀଙ୍କ ଜାଲଜାତୀ ପ୍ରମାଣପତ୍ର ରଦ୍ଦ ହୋଇଥିବା ବେଳେ ଜିଲ୍ଲାପାଳ ଏବଂ ଆରକ୍ଷି ଅଧିକ୍ଷକ ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ଗାଇଡଲାଇନ ଏବଂ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିର ନିର୍ଦ୍ଦେଶ ଗୁଡିକୁ କାର୍ଯ୍ୟକାରୀ କରୁନାହାନ୍ତି । ଗାଇଡଲାଇନ ଅନୁସାରେ କାମ କରିବାକୁ ସରକାର ଜିଲ୍ଲାପାଳ ଏବଂ ପୋଲିସକୁ ନିର୍ଦ୍ଦେଶ କରିବାକୁ ମହାସଂଘର କାର୍ଯ୍ୟକାରୀ ସଭାପତି ବ୍ରଜ କିଶୋର ସିଂ ଭୋଇ, ଉପ-ସଭାପତି ପରମାନନ୍ଦ ମାଝି (କଳାହାଣ୍ଡି) , ଉପାଧ୍ୟକ୍ଷ ଯୋଗେନ୍ଦ୍ର ଭୋଇ (ସୁବର୍ଣ୍ଣପୁର), ଉପସଭାପତି ଉଶମନ ମୁଣ୍ଡା (ସମ୍ବଲପୁର), ବନଲତା ମାଝି, ମହାସଚିବ ନିରଞ୍ଜନ ବିଶି, ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ଅକ୍ଷୟ କୁମାର ଭୋଇ, ଚୁଡାମଣି ମାଝି, ଶ୍ୟାମ ସୁନ୍ଦର ଭୋଇ, ବଳଦେବ ଭୋଇ, ସନ୍ତୋଷ ପୁଟା, ନିମାଇଁ ଝାଙ୍କର, ଅଷ୍ଟରତ୍ନ ବରିହା ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking