35.1 C
Bhubaneswar
Saturday, May 4, 2024
Homeଓଡିଶାପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ

ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ।  ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ବେଳେ ବେଳେ ଝଡକା ପବନର ବେଗ ୧୮୫ କିମି ଛୁଇଁବ । ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ । ୨୫ରୁ ପବନର ବେଗ ବଢିବ । ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ । କେତେକ ସ୍ଥାନରେ ୨୦ ସେମି ବର୍ଷା ବି ହୋଇପାରେ । ପବନର ବେଗ ଯାହା ଏଥିରେ ବଡ ବଡ ଗଛ ଉପୁଡିପାରେ । ଆଜବେଷ୍ଟସ, କଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି । ପବନରେ ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ କ୍ଷତି ଘଟାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking