27.1 C
Bhubaneswar
Thursday, April 25, 2024
Homeଓଡିଶାବୁଲା ଗାଈ  ଗୋରୁ ଓ କୁକୁର ଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ...

ବୁଲା ଗାଈ  ଗୋରୁ ଓ କୁକୁର ଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ  ଦ୍ବିତୀୟ ପର୍ଯ୍ୟାୟ ରେ ପଞ୍ଚାବନ ଲଷ ଟଙ୍କା ସହାୟତା  ମଞୁର

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ  ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି  ।

 

ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର  ଆଦି ପ୍ରାଣମାନେ  ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।

 

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ 48 ଟି ମ୍ୟୁନିସପାଲଟି ଓ 61 ଟିଏନ୍ଏ ସି  ମାନଙ୍କୁ ପଞ୍ଚାବନ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ।

ଏହି ଅର୍ଥରେ   ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ  ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ ।

 

ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା ,କଟକ ,ସମ୍ବଲପୁର,ରାଉରକେଲା, ଓ ଵ୍ରହ୍ମପୁର  ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା ,ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

 

ସୂଚନାଯୋଗ୍ୟ ଯେ  ଗତ ନ୍ଅ ତାରିଖ ଦିନ   ଏହି ଉଦ୍ଦେଶ୍ୟ ରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଷାଠିଏ ଲଷ ଟଙ୍କା ମଞୁର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking