33.1 C
Bhubaneswar
Saturday, April 27, 2024
Homeଲାଇଫ୍ ଷ୍ଟାଇଲ୍ଶରୀର ପାଇଁ କେତେ ଉପକାରୀ ଜିରା

ଶରୀର ପାଇଁ କେତେ ଉପକାରୀ ଜିରା

ଭୁବନେଶ୍ୱର : ଜିରା ଜୀବ ବିଜ୍ଞାନର Apiaceae ଜାତିର ଏକ ଗୁଳ୍ମଜାତୀୟ ସପୁଷ୍ପକ ବୃକ୍ଷ। ଏହାର ଫଳ ଭିତରେ ଥିବା ମଞ୍ଜିକୁ ଶୁଖାଇ ବ୍ୟବହାର କରାଯାଏ। ବିଭିନ୍ନ ଦେଶରେ ଜିରା ଏକ ମସଲା ରୂପେ ଜଣାଶୁଣା। ଏହାକୁ ଗୋଟିକିଆ ଓ ଗୁଣ୍ଡ ଉଭୟ ପ୍ରକାରେ ବ୍ୟବହାର କରାଯାଏ। ଏହାର ପତ୍ର ଗୁଡ଼ିକ ସରୁସରୁ ଓ ଗୋଟିଏ ଫଳରେ ଗୋଟିଏ ମଞ୍ଜି ରହିଥାଏ। ଏହାର ଫୁଲ ଗୁଡ଼ିକ ମଧ୍ୟ ଛୋଟଛୋଟ ଧଳା ବା ହାଲୁକା ଗୋଲାପି ରଙ୍ଗର ହୋଇଥାଏ । ଏହା ଦେଖିବାକୁ ଅଳ୍ପକେ ପାନମଧୁରୀ ପରି । ଗୋଲମରିଚ ପରେ ଜିରା ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ମସଲା। ଜିରାର ବାସ୍ନାପାଇଁ ଏହା ଏତେ ଲୋକପ୍ରିୟ। ନେପାଳ, ଭାରତ, ପାକିସ୍ତାନ, ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଶ୍ରୀଲଙ୍କା, କ୍ୟୁବା, ଉତ୍ତର ମେକ୍ସିକୋ, ମଧ୍ୟ ଏସିଆ ଇତ୍ୟାଦି ଅଞ୍ଚଳରେ ଏହା ପ୍ରସିଦ୍ଧ ମସଲା। ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ମଧ୍ୟ ଲୋକେ ଏହାର ବ୍ୟବହାର କରିଥାନ୍ତି। ପଞ୍ଚୁଫୁଟଣର ପାଞ୍ଚଟି ଉପାଦାନ ଭିତରୁ ଏହା ହେଉଛି ଗୋଟିଏ। ବିଭିନ୍ନ ପ୍ରକାରର ତରକାରିରେ ଛୁଙ୍କ ଦେଲାବେଳେ ଗୋଟା ଜିରା ଓ ବ୍ୟଞ୍ଜନ ଉପରେ ବୁଣିବାପାଇଁ ଗୁଣ୍ଡଜିରାର ପ୍ରୟୋଗ ହୋଇଥାଏ।

ଆସନ୍ତୁ ଜାଣିବା ଏହାର ଉପକାର ବିଷୟରେ..

ଗୋଟେ ଚାମଚ ଜିରାରେ ୭ କ୍ୟାଲୋରି ଥାଏ। ପ୍ରତିଦିନ ସକାଳୁ ଖାଲି ପେଟରେ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହେବା ସହ ଏସିଡିଟି ସମସ୍ୟା ଦୂର ହୋଇଥାଏ ।

ପେଟ କାଟୁଥିଲେ ଜିରା ବେଶ୍‌ କାମ ଦିଏ। ଗୋଟେ ଚାମଚ ଜିରାକୁ ଚୋବାଇ ଚୋବାଇ ପାଣି ପିଇବା ଦ୍ୱାରା ପେଟ କଟା ଦୂର ହୋଇଥାଏ ।

ତରଳ ଝାଡ଼ା ହେଉଥିଲେ ଜିରାକୁ ବାଟି ଏଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଉପଶମ ମିଳିବ ।

ଯଦି ଆପଣ କୌଣସି ଜ୍ୱର କିମ୍ବା ଥଣ୍ଡା ରୋଗରେ ପୀଡ଼ିତ ତେବେ ଜିରା ସେବନ କରିବା ଦ୍ୱାରା ଏଥିରୁ ତୁରନ୍ତ ମୁକ୍ତି ମିଳିଥାଏ ।

ସାଧାରଣତଃ ଜିରାକୁ ଗୁଣ୍ଡ କରି ତାକୁ ଚା’ରେ ପକାଇ ସେବନ କରିବା ଦ୍ୱାରା ଅଥବା ଏଥିସହ ଅଦା ଓ ତୁଳସୀ ମିଶାଇ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ ।

ଗରମ ପାଣିରେ କିଛି ମାତ୍ରାରେ ଜିରା ପକାଇ ତା’ର ବାମ୍ଫ ନିଅନ୍ତୁ, ଆଉ ବାମ୍ଫ ନେବା ପରେ ମୁହଁକୁ ଏକ ନରମ ଚାଦରରେ ଢାଙ୍କି କିଛି ସମୟ ଶୋଇ ପଡ଼ନ୍ତୁ। ଏହା କରିବା ଦ୍ୱାରା ଥଣ୍ଡା ଜ୍ୱରରୁ ନିସ୍ତାର ମିଳିବା ସହ ଆପଣଙ୍କୁ ଫୁର୍ତ୍ତି ମିଳିଥାଏ।

ଜିରାକୁ ଗୁଣ୍ଡ କରି ତାହାକୁ ଦହିରେ ପକାଇ ପିଇବା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଭଲ ହୋଇଥାଏ।

ଥଣ୍ଡା ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଯିବା ସହ ଶରୀରକୁ ଆରାମ ମିଳିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking