27.1 C
Bhubaneswar
Friday, March 29, 2024
Homeଓଡିଶାଓଡିଶା -ମୋ ପରିବାର ହେଲପ୍ ଡେସ୍କ ପରିଦର୍ଶନ କଲେ ଆବାହକ

ଓଡିଶା -ମୋ ପରିବାର ହେଲପ୍ ଡେସ୍କ ପରିଦର୍ଶନ କଲେ ଆବାହକ

ଭୁବନେଶ୍ୱର : ଓଡ଼ିଶା-ମୋ ପରିବାର ଆବାହକ ଓଡିଶା -ମୋ ପରିବାର ତରଫରୁ
ରୋଗୀମାନଙ୍କ ସହାୟତା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ ଓ କଟକ ବଡ଼ ମେଡିକ଼।ଲରେ ସ୍ଥାପନା
କରାଯାଇଥିବା ସହାୟକ କେନ୍ଦ୍ର (ହେଲ୍‌ପ ଡେସ୍କ) ଗୁଡିକ ପରିଦର୍ଶନ କରିଥିଲେ ।
ବିପନ୍ନ ଓଡ଼ିଆ ମାନଙ୍କୁ ବିଭିନ୍ନ ସମୟରେ ଓଡ଼ିଶା-ମୋ ପରିବାର ସହାୟତା ପ୍ରଦାନ କରିଆସୁଛି । ଏହି କ୍ରମରେ
ରାଜ୍ୟରେ ପ୍ରମୁଖ ଡାକ୍ତରଖାନା ଗୁଡ଼ିକରେ ରୋଗୀମାନଙ୍କୁ ସହାୟତା କରିବା ପାଇଁ ଓଡ଼ିଶା-ମୋ ପରିବାର ତରଫରୁ
ସହାୟତାକେନ୍ଦ୍ର ବା ହେଲ୍‌ପ ଡେସ୍କମାନ ସ୍ଥାପନା କରାଯିବାର ନଷ୍ପିତ୍ତି ନିଅ।ଯାଇଛି । ପ୍ରଥମ ପର୍ଯ୍ୟାୟରେ କଟକ ବଡ଼
ମେଡିକାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ ଠାରେ ସ୍ଥାପନା କରାଯାଇଥିବା ହେଲ୍‌ପ ଡେସ୍କ ଗୁଡ଼ିକୁ ଆବାହକ
ପରିଦର୍ଶନ କରି ଏହି ହେଲ୍‌ପ ଡେସ୍କ ଦ୍ୱାରାରୋଗୀମାନେ କିପରି ଉପକତୃ ହୋଇପାରିବେ ତା’ ଉପରେ ମେଡିକାଲର
ପ୍ରଶାସନ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ସେଥିପାଇଁ କଟକ ବଡ଼ ମେଡ଼ିକାଲ ଲାଗି ସନ୍ଦୀପ ରଥ
(୯୭୭୮୭୭୪୭୭୭) ଓ ଭୁବନେଶ୍ୱର କ୍ୟାପିଟାଲ୍ ହସ୍‌ପିଟାଲ ପାଇଁ ବିକାଶ ବେହେରା
(୬୩୭୧୯୬୩୮୧୭)ଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ନିୟୋଜିତ କରାଯାଇଛି ।
କଟକ ବଡ଼ ମେଡିକ଼।ଲ ଠାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ,
ଓଡଶ଼ି।-ମୋ ପରିବାର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ, କଟକ ଜୀବନବିନ୍ଦୁ ସଂଯୋଜକ ଶ୍ରୀ ରଂଜନ
ବିଶା୍ୱଳ, ଯୁବ ସମାଜସେବୀ ଶ୍ରୀ ଜଗତ୍‌ଜ୍ୟୋତି ପଟ୍ଟନାୟକ, ଏସ୍‌.ସି.ବି ମେଡିକାଲ ଏମର୍‌ଜେନସି ଅଫିସର ଶ୍ରୀ
ଭୁବନାନନ୍ଦ ମହାରଣା, ଆଡମିନଷ୍ଟ୍ରେଟିଭ ଅଫସି ର ଡଃ କଳ୍ପତରୁ ଦାସ, ଡଃ. ପୃଥିବିରାଜ ସିଂହ,ରେଡ୍‌କ୍ରସ୍ ନିର୍ଦ୍ଦେଶକ
ଡଃ. ବିନାୟକ ପ୍ରସାଦ ପୃଷ୍ଟି,ରେଡକ୍ରସ ମେଡିକାଲ ଅଫିସର ଡଃ. ରଘୁନାଥ ବେହୁରା ପ୍ରମୁଖ ଉପସ୍ଥିତ ଥିଲାବେଳେ
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଓଡଶ଼ି।-ମୋ ପରିବାର ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ର ନାରାୟଣ ସାମାନ୍ତରାୟ, ଶ୍ରୀ
ସମୀର ପ୍ରଧାନ, ଉପଦେଷ୍ଟା (ସ୍ୱାସ୍ଥ୍ୟ) ଡଃ ସତ୍ୟଜିତ ଦାଶ, ହସ୍‌ପିଟାଲ ନିର୍ଦେଶକ ଶ୍ରୀ ଲକ୍ଷ୍ମୀ ଧର ସାହୁ ପ୍ରମଖୁ ଉପସ୍ଥିତ
ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking