32.1 C
Bhubaneswar
Friday, April 26, 2024
Homeଖେଳଓସିଏ ଭିଜନ ୨୦୨୪ : ନବକିଶୋର କ୍ରିକେଟ ଦଳ ବିଜୟୀ

ଓସିଏ ଭିଜନ ୨୦୨୪ : ନବକିଶୋର କ୍ରିକେଟ ଦଳ ବିଜୟୀ

ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ନବମ ଦିବସରେ ନବକିଶୋରଣ୍ଟ କ୍ରିକେଟ କ୍ଲବ ଓ ଏଲ୍‌ଏସି ପାଟଣାଗଡ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋରଣ୍ଟଦଳ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ ସମସ୍ତ ୱିକେଟ ହରାଇ ୩୬୮ ରନର ବିଶାଳ ସ୍କୋର ଛିଡା କରିଥିଲା । ନବକିଶୋର ଦଳ ତରଫରୁ ସର୍ବାଧିକ ସମର୍ପିତ ପଟେଲ ୧୩୮ ରନ ଓ ଅନୁରାଗ ପ୍ରଧାନଙ୍କ ବିସ୍କୋରକ ୧୨୮ (୫୮ବଲ) ଓ ଭବ୍ୟ ଏସ୍‌. ପ୍ରଧାନ ୧୯ ରନ୍ ସଂଗ୍ରହ କରିଥିଲେ । ପାଟଣାଗଡ ଦଳ ତରଫରୁ ପ୍ରିତମ ସାହାଣି ସର୍ବାଧିକ ୪ ଗୋଟି ୱିକେଟ, ରୋନିତ ପୁରୋହିତ ୩ ଗୋଟି ଓ ଅଂଶୁମାନ ମିଶ୍ର ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ ।

୩୬୯ରନ୍ ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାଟଣାଗଡ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୧୦୦ ରନ୍ କରି ୨୬୮ ରନ୍ ରେ ପରାଜିତ ହୋଇଥିଲେ । ନବ କିଶୋର ଦଳ ତରଫରୁ ସଫଳ ବୋଲର ଭାବରେ ଅଭିଜିତ ପାତ୍ର ସର୍ବାଧିକ ୫ ଗୋଟି ଓି୍ୱକେଟ ଓ ଭବ୍ୟ ଏସ୍‌.ପ୍ରଧାରିଆ ୪ଗୋଟି ଓି୍ୱକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ସ୍ୱାଗତ ତ୍ରିପାଠି, ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking