29.1 C
Bhubaneswar
Monday, May 6, 2024
Homeକରୋନାପଶ୍ଚିମବଙ୍ଗରେ ଜୁଲାଇ ୧ ପର୍ଯ୍ୟନ୍ତ ବଢିଲା କରୋନା କଟକଣା

ପଶ୍ଚିମବଙ୍ଗରେ ଜୁଲାଇ ୧ ପର୍ଯ୍ୟନ୍ତ ବଢିଲା କରୋନା କଟକଣା

କୋଲକାତା: ପଶ୍ଚିମବଙ୍ଗରେ କରୋନା ପାଇଁ ଲାଗିଥିବା ପ୍ରତିବନ୍ଧକ ୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେବେ ଏହାସହିତ କିଛି କୋହଳନୀତି ମଧ୍ୟ କରାଯାଇଚି । ରେସ୍ତୋରାଁ ଓ ଉତ୍ପାଦନ ସେକ୍ଟର ଖୋଲା ରହିବ । କୋହଳ ହିସାବରେ ସରକାର ୫୦ ପ୍ରତିଶତ ଷ୍ଟାଫଙ୍କ ସହିତ ସମସ୍ତ ପ୍ରଡକ୍ସନ ୟୁନିଟ୍ସରେ କାମ ଆରମ୍ଭ କରିବା ପାଇଁ ଅନୁମତି ଦେଇଛନ୍ତି । ଏହାସହିତ ରେସ୍ତୋରାଁ ଓ ବାର୍ ବି ୫୦ ପ୍ରତିଶତ ସିଟିଂ କ୍ଷମତାରେ ଡାଇନ ଇନ ସର୍ଭସ ଆରମ୍ଭ କରିପାରିବେ । ବଙ୍ଗଳା ମୁଖ୍ୟ ସଚିବ ଗଣମାଧ୍ୟମକୁ କହିଛନ୍ତି ଯେ, ୧୬ ଜୁନରୁ ୨୫ ପ୍ରତିଶତ କର୍ମଚାରୀ ଙ୍କ ଉପସ୍ଥିତି ସହ ସରକାରୀ ଅଫିସ ଖୋଲିପାରିବ । ଘରୋଇ ଅଫିସକୁ ବି ୨୫ ପ୍ରତିଶତ ଉପସ୍ଥିତି ସହିତ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ସକାଳ ୬ରୁ ୯ଟା ମଧ୍ୟରେ ପ୍ରାତଃ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପାଇଁ ପାର୍କ ଖୋଲାଯିବ । ତେବେ ସେହିମାନେ ଚାଲିପାରିବେ ଯେଉଁମାନେ ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇଥିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking