30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଏହି ସ୍ଥାନକୁ ଯିବା ମାତ୍ରେ ଭାସିବେ

ଏହି ସ୍ଥାନକୁ ଯିବା ମାତ୍ରେ ଭାସିବେ

ନୂଆଦିଲ୍ଲୀ: ଆମେରିକାରେ ଥିବା କାଲିଫର୍ଣ୍ଣିଂଆର ସାନ୍ତା କ୍ରୁଜ ଅଂଚଳ ଏମିତିରେ ହଲିଉଡ ତାରକାଙ୍କ ପାଇଁ ଜଣାଯାଏ । ହେଲେ ଏହାକୁ ବାଦ୍ ଦେଲେ ତାର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି । ସେଠାରେ ଏକ ଏମିତି ରିସୋର୍ଟ ରହିଛି, ଯେଉଁଠି ସବୁକିଛି ଓଲଟାପାଲଟା । ଯେଉଁଭଳି ଭାବରେ ମାଧ୍ୟାକର୍ଷଣ ଶକ୍ତି ରହିଥାଏ, ସେହି ପ୍ରଭାବର ଅନୁଭବ ସେଠାରେ ହୋଇଥାଏ । ସେଠାରେ ଗୋଟିଏ ରୁମରେ ଯଦି ପାଣି ଢଳାଯିବ, ତେବେ ତାହା ତଳକୁ ନଯାଇ ଉପର ଆଡକୁ ଆସିଥାଏ । ଯଦି ଆପଣ ଠିଆ ହୋଇ ପଡିବାକୁ ଚେଷ୍ଟା କରିବେ, ତେବେ ତଥାପି ପଡିବେ ନାହିଁ । ସହରଠାରୁ ଟିକିଏ ଦୂରରେ ଅବସ୍ଥିତ ଏହି ସ୍ଥାନର ସନ୍ଧାନ ୧୯୩୯ରେ କରାଯାଇଥିଲା । ପରେ ଏହାକୁ ମିଷ୍ଟ୍ରି ସ୍ପଟ  କୁହାଗଲା । ତେବେ ଏହା ପଛରେ ଏକ କାହାଣୀ ମଧ୍ୟ ରହିଛି । ପୂର୍ବରୁ ସେଠାରେ କୋଠା ନିର୍ମାଣ ହେବାର ଥିଲା । ହେଲେ ସର୍ବେକ୍ଷଣକାରୀ ଯେତେବେଳେ ଖାଲି ସ୍ଥାନରେ ଜିନିଷ ରଖିଥିଲେ ତା ପରେ ତାହା ଆକାଶରେ ଉଡିବାକୁ ଲାଗିଥିଲା । ଯେତେବେଳେ ଏହା ଏକ ସୀମିତ ପରିସରରେ ଭାସିବାକୁ ଲାଗିଲେ, ସେ ଏହାକୁ ଚମତ୍କାର ବୋଲି କହିଥିଲେ । ସେହିଦିନଠୁ ସେହି ଜାଗାର ମାଲିକ ଘର କରିବା ଚିନ୍ତା ଭୁଲିଗଲେ । ପରେ ଏହି ସ୍ଥାନ ମିରାକିଲ ସ୍ପଟ ନାମରେ ଚର୍ଚ୍ଚା ହୋଇଥିଲା । ଆଉ ଧିରେ ଧିରେ ପର୍ଯ୍ୟଟକ ସେଠାକୁ ଯିବାକୁ ଲାଗିଲେ ଏବଂ ସେହି ଜାଗା ମାଲିକଙ୍କ ଆୟ ହେବାକୁ ଲାଗିଲା । ଏହାକୁ ଦୃଷ୍ଟିରେ ରଖି ସେ ଏକ କ୍ୟାବିନ ସେଠାରେ ବନାଇଲେ । ଯିଏ ପ୍ରବେଶ କରିବ ସେଥିପାଇଁ ତାଙ୍କୁ କିଛି ଟଙ୍କା ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking