29.1 C
Bhubaneswar
Thursday, May 23, 2024
Homeକରୋନାକୋଭିଡ଼ ହସ୍ପିଟାଲରେ ନର୍ସଙ୍କର ଆନ୍ଦୋଳନ

କୋଭିଡ଼ ହସ୍ପିଟାଲରେ ନର୍ସଙ୍କର ଆନ୍ଦୋଳନ

କଟକ : କୋଭିଡ଼ ହସ୍ପିଟାଲ ରେ କାମ ବନ୍ଦ କଲେ ନର୍ସ । କଟକ ସ୍ଥିତ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ସମସ୍ତ ନର୍ସ କାର୍ଯ୍ୟ ବନ୍ଦ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିୟୋଜିତ ହୋଇଥିବା ୪୦ରୁ ଉର୍ଦ୍ଧ ନର୍ସ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିଛନ୍ତି । ଠିକ୍ ଭାବେ ଦରମା ଓ ରୋଟେସନ୍ ଡ଼୍ୟୁଟି ନ ମିଳିବା ଅଭିଯୋଗରେ ଆଜି ଅଶ୍ୱନୀ ହସ୍ପିଟାଲ ସମସ୍ତ ନର୍ସ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିଛନ୍ତି । ଏଥିସହ ନିର୍ଦ୍ଧାରିତ କ୍ୱାରେଣ୍ଟାଇନ ସୁବିଧା ମିଳୁନାହିଁ ବୋଲି ପ୍ରତିବାଦ କରି କାର୍ଯ୍ୟବନ୍ଦ କରିଛନ୍ତି ।
କଟକ ଜିଲ୍ଲାରେ ଗତକାଲି ହରିହର କର୍କଟ କେନ୍ଦ୍ର ଓ ଏସସିବି ମେଡ଼ିକାଲରୁ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସେହିପରି କଟକ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୨ହୋଇଥିବା ବେଳେ ୪୯୧ ଜଣ ସୁସ୍ଥ ହୋଇଛନ୍ତି । । ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୬ ଜଣ ସୁସ୍ଥ ହୋଇ ଏବେ ବିଭିନ୍ନ କୋଭିଡ଼ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking