29.1 C
Bhubaneswar
Saturday, May 4, 2024
Homeଅପରାଧଲକ୍‌ଡ଼ାଉନରେ ଆଉ ଫେରିପାରିଲେନି ନିଜ ଦେଶକୁ

ଲକ୍‌ଡ଼ାଉନରେ ଆଉ ଫେରିପାରିଲେନି ନିଜ ଦେଶକୁ

ନୂଆଦିଲ୍ଲୀ : ଭାରତରେ ଅତିଥିମାନଙ୍କୁ ସମ୍ମାନ ଦିଆଯାଏ । କେବଳ ସେହି କାରଣରୁ ବାହାର ଦେଶରୁ ଅନେକ ଲୋକ ଆକର୍ଷିତ ହୋଇ ଭାରତକୁ ଆସିଥାନ୍ତି । କିନ୍ତୁ ଲଣ୍ଡନରୁ ଆସିଥିବା ସେମତି ଏକ ଏନଆରଆଇ ଆଉ ଫେରି ପାରେିଲେ ନାହିଁ ନିଜ ଦେଶକୁ । କ’ଣ ହେଲା ତାଙ୍କ ସହ ଆସନ୍ତୁ ଜାଣିବ।
ଗତ ଜାନୁଆରୀ ମାସରେ ଲଣ୍ଡନରେ ରହୁଥିବା ଜଣେ ଏନଆରଆଇ ନୂଆଦିଲ୍ଲୀ ଆସିଥିଲେ । କିଛି ଦିନ ରହିବା ପରେ ଦେଶରେ କରୋନା ପରିସ୍ଥିତି ପାଇଁ ଲକ୍‌ଡ଼ାଉନ ନିୟମ ଜାରି ହୋଇଗଲା । ଏହି କାରଣରୁ ସେ ଆଉ ନିଜ ଦେଶକୁ ଫେରି ପାରିନଥିଲେ । ଏନଆରଆଇଙ୍କ ନାମ ଥିଲା ରାଜେନ୍ଦ୍ର ଅୱାଟ । ବୟସ ପ୍ରାୟ ୬୮ ହେବ । ସେ ଲଣ୍ଡନରୁ ଦିଲ୍ଲୀ ସ୍ଥିତ ନିଜ ଘର ପହାଡ଼ଗଞ୍ଜକୁ ଆସିଥିଲେ ।
ଗତ ୨୨ ତାରିଖରେ ସେ ନିଜ ଆଇ ୧୦ ଗାଡ଼ିରେ ସୋନିପତ ଯାଇଥିଲେ । ସେହି ଗସ୍ତ ସମୟରେ ତାଙ୍କ ସହ ତାଙ୍କ ଚାକରାଣୀ ମଧ୍ୟ ଥିଲା । ସେଠାକୁ ଯାଇ ୨୨ ତାରିଖ ପରେ ତାଙ୍କ ଫୋନ ଆଉ ଲାଗି ନଥିଲା । କି ସେ ମଧ୍ୟ ଆଉ ଦିଲ୍ଲୀ ଫେରି ନ ଥିଲେ ।
ସୋନିପତ ପୋଲିସ୍ ଗୋହାନା ଅଞ୍ଚଳର ଏକ ନାଳ ଭିତରୁ ୨୪ ଜୁନ୍ ରେ ଗୋଟିଏ ଶବ ଉଦ୍ଧାର କରିଥିଲେ । ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ମୃତ ବ୍ୟକ୍ତି ବିଷୟରେ ସମସ୍ତ ତଥ୍ୟ ଜାଣିବାକୁ ପାଇଥିଲେ । ପୋଲିସ୍ ର କହିବା ଅନୁଯାୟୀ ରାଜେନ୍ଦ୍ରଙ୍କ ଚାକରାଣୀ ଘର ମଧ୍ୟ ସୋନିପତ ଅଞ୍ଚଳରେ । ଆଉ ସେହିଦିନ ପରଠାରୁ ଚାକରାଣୀର ମଧ୍ୟ କୌଣସି ପତ୍ତା ମିଳିନାହିଁ । ସୋନିପତ ପୋଲିସ୍ ଚାକରାଣୀକୁ ଖୋଜିବାରେ ଜୋରଦାର ଲାଗି ପଡ଼ିବା ସହ ଏକ ହତ୍ୟା ମାମଲା ରୁଜୁ କରାଇ ରାଜେନ୍ଦ୍ରଙ୍କ ଶବର ଅନ୍ତିମ ସଂସ୍କାର ସମ୍ପନ୍ନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking