35.1 C
Bhubaneswar
Tuesday, April 23, 2024
Homeଓଡିଶାରାଜ୍ୟରେ ଆଉ ୨ ଜୀବନ ନେଲା କୋରୋନା : ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ରାଜ୍ୟରେ ଆଉ ୨ ଜୀବନ ନେଲା କୋରୋନା : ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ଭୁବନେଶ୍ୱର : ଆଜି ରାଜ୍ୟରେ ୫୬୧ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ରାଜ୍ୟରେ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଆଜି ମୃତ୍ୟୁବରଣ କରିଥିବା ଦୁଇ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣର ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପରିସ୍ଥିତି ସଙ୍ଗୀନ ହେବାକୁ ଲାଗିଛି । ଆଜିର ମୃତ ସଂଖ୍ୟାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ମୃତକ ଦ୍ୱୟଙ୍କର ବୟସ ଯଥାକ୍ରମେ ୬୬ ଓ ୪୦ ବର୍ଷ ବୋଲି ଜଣାପଡ଼ିଛି । ୬୬ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପରେ ପିଡ଼ୀତ ଥିଲେ । ଅନ୍ୟ ୪୦ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପିଡ଼ୀତ ଥିଲେ ।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ଟି ପଜିଟି କେସ୍ ଚିହ୍ନଟ ହୋଇଛି । ଆଜିର ସଂକ୍ରମିତଙ୍କ ସଂଖ୍ୟା ମିଶାଇ ମୋଟ ୧୮୫୦ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୦୯୦ ଜଣ ସୁସ୍ଥ ହୋଇଛନ୍ତି । ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୪୨ ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୮,୧୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫୫୦୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୨୫୬୭ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking