29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶନୂଆ ପାସ୍‌ପୋର୍ଟ ପାଇଁ ରାହୁଲ ଗାନ୍ଧୀଙ୍କୁ କୋର୍ଟଙ୍କ ଏନ୍‌ଓସି

ନୂଆ ପାସ୍‌ପୋର୍ଟ ପାଇଁ ରାହୁଲ ଗାନ୍ଧୀଙ୍କୁ କୋର୍ଟଙ୍କ ଏନ୍‌ଓସି

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତିନିବର୍ଷ ପାଇଁ ସାଧାରଣ ପାସ୍‌ପୋର୍ଟ ଜାରି ନିମନ୍ତେ ନୋ-ଅବ୍‌ଜେକ୍‌ସନ୍ ସାର୍ଟିଫିକେଟ୍ (ଏନ୍‌ସସି) ପ୍ରଦାନ କରିଛନ୍ତି । ସୁରଟର ଏକ କୋର୍ଟ ଦ୍ୱାରା ମୋଦୀ ସାଙ୍ଗିଆ ଅପରାଧିକ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟ୍‌ର ଏକ କୋର୍ଟ ଦୋଷୀସାବ୍ୟସ୍ତ କରିବା ପରେ ତାଙ୍କ ଲୋକସଭା ସଦସ୍ୟତା ଚାଲିଯାଇଥିଲା । ଏହାପରେ ସେ ତାଙ୍କ କୂଟନୈତିକ ପାସ୍‌ପୋର୍ଟ ଫେରାଇ ଦେଇଥିଲେ ।

ଆଡିସ୍‌ନାଲ୍ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ବୈଭବ ମେହଟା ରାହୁଲଙ୍କ ଓକିଲଙ୍କୁ କହିଥିଲେ, ଆଂଶିକ ଭାବେ ଆପଣଙ୍କ ଆବେଦନକୁ ମଞ୍ଜୁର କରୁଛି । ତେବେ ୧୦ ବର୍ଷ ପାଇଁ ନୁହେଁ, ବରଂ ତିନିବର୍ଷ ପାଇଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାସ୍‌ନାଲ୍ ହେରାଲ୍ଡ ମାମଲାରେ ଅଭିଯୁକ୍ତ ହୋଇଥିବା ବେଳେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଏହାର ଅଭିଯୋଗକାରୀ । ରାହୁଲ ୧୦ ବର୍ଷ ପାଇଁ ସାଧାରଣ ପାସ୍‌ପୋର୍ଟ ଜାରି କରିବାକୁ ଏନ୍‌ଓସି ନିମନ୍ତେ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking