32.1 C
Bhubaneswar
Saturday, May 4, 2024
Homeଓଡିଶାକରୋନାରେ ଦମ୍ପତି ଙ୍କ ମୃତ୍ୟୁ ପରେ ୪ ସନ୍ତାନ ଙ୍କ ଜୀବନ ଦୁର୍ବିସହ  ମୃତ୍ୟୁର ୨...

କରୋନାରେ ଦମ୍ପତି ଙ୍କ ମୃତ୍ୟୁ ପରେ ୪ ସନ୍ତାନ ଙ୍କ ଜୀବନ ଦୁର୍ବିସହ  ମୃତ୍ୟୁର ୨ ମାସ ପରେ ମଧ୍ୟ ମିଳୁନି ସରକାରୀ ସହାୟତା

ଦେବଗଡ : କରୋନା କୁ ନେଇ ସାରା ବିଶ୍ୱ ଆତଙ୍କିତ ରହିଥିବା ବେଳେ କରୋନାର କରାଳ ରୂପ ଗ୍ରାସ ପରେ ବହୁ ପରିବାର ଉଜୁଡି ଯିବା ସହ ଅନେକ ଙ୍କ ଜୀବନ ଦୁର୍ବିସହ ହୋଇପଡୁଛି ।ଏଥିରେ ବିଶେଷ ଭାବେ ଶିଶୁ ଏବଂ କିଶୋର ବର୍ଗ ପ୍ରଭାବିତ ହୋଇ ସେମାନଙ୍କ ଭବିଷ୍ୟତ ଅନ୍ଦକାରମୟ ଆଡକୁ ଠେଲି ହୋଇଯାଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ପାରପୋଷି ପଂଚାୟତ ଅନ୍ତର୍ଗତ କେରାବାହାଲ ଗ୍ରାମରେ କରୋନା ସଂକ୍ରମିତ ହୋଇ ଏକ ଦମ୍ପତି ଆରପାରିକୁ ଚାଲି ଯିବା ପରେ ସେମାନଙ୍କ ଶିଶୁ ଏବଂ କିଶୋର ଙ୍କ ଅବସ୍ଥା ସମସ୍ୟା ମଧ୍ୟ କୁ ଠେଲି ହୋଇଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କେରାବାହାଲ ଗ୍ରାମର ଜୟରାମ ମୁା(୫୮)କରୋନା ସଂକ୍ରମିତ ହୋଇ ଗତ ମଇ ମାସ ୧୦ ତାରିଖ ଦିନ ଆଖି ବୁଜିଥିବା ବେଳେ ତାଙ୍କ ସ୍ତ୍ରୀ ଚଂଚଳା ମୁା(୫୦)ମାସକ ପରେ ଜୁନ ୧୩ ତାରିଖ ଦିନ ଆଖି ବୁଜି ଥିଲେ ।ଜୟରାମ ଜଣେ ନାମ ମାତ୍ର ଚାଷୀ ଭାବେ ନିଜ ଅଳ୍ପ ଜମିରେ କୃଷି କାର‌୍ୟ୍ୟକରିବା ସହ ଉଭୟ ଦମ୍ପତି ମୂଲ ଲାଗି ପରିବାର ପ୍ରତିପୋଷଣ କରି ଆସୁଥିଲେ ।ଉଭୟ ଙ୍କ ଉପରେ ସେମାନଙ୍କ ୪ ସନ୍ତାନ ନୀର୍ଭରଶୀଳ ଥିବା ବେଳେ ଅଳ୍ପ ରୋଜଗାରରେ ମଧ୍ୟ ପିଲା ଙ୍କୁ ଗାଁ ସ୍କୁଲରେ ପାଠ ପଢାଉଥିଲେ । ମୃତ ଦମ୍ପତି ଙ୍କ ୫ ସନ୍ତାନ ମଧ୍ୟରୁ ବଡ ଝିଅ ରଜନୀ ମୁା (୨୬)ଙ୍କୁ ନିକଟସ୍ଥ ଗ୍ରାମରେ ବିବାହ କରାଇଥିବା ବେଳେ ଦ୍ୱିତୀୟ ସନ୍ତାନ ବାସନ୍ତୀ ମୁା (୨୩) ଚଳିତ ବର୍ଷ +୨ ପରୀକ୍ଷା ଦେଇଥିବା ବେଳେ ତୃତୀୟ ସନ୍ତାନ ସୁନିଲ ମୁା (୨୦) ଅଷ୍ଟମ ୍‌ଯାଏଁ ଶିକ୍ଷା ଗ୍ରହଣ କରିଥିବା ବେଳେ ଚତୁର୍ଥ ସନ୍ତାନ ଅନୀଲ ମୁା (୧୬) ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉିର୍ ହୋଇଥିବା ବେଳେ ପଂଚମ ସନ୍ତାନ ସୁନୀତା ମୁା(୧୩) ଚଳିତ ବର୍ଷ ଗାଁ ସ୍କୁଲ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣା ପଡିଛି । ତେବେ ମାସକ ମଧ୍ୟରେ ଉଭୟ ବାପା ମାଁ ଙ୍କୁ ହରାଇ ସନ୍ତାନ ମାନେ ବାପ ମାଁ ଛେଉ ହୋଇଯାଇଥିବା ବେଳେ ସେମାନଙ୍କ ଆଗାମୀ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡିଛନ୍ତି ।ସୁନିଲ ଏବଂ ସୁନୀତା ଙ୍କ ପାଠ ପଢିବାପାଇଁ ଆଗ୍ରହ ରହିଥିବା ବେଳେ ସେମାନଙ୍କ ପାଠ ପଢାରେ ଅର୍ଥ ବାଧକ ସାଜିଛି ।ବାପା ମାଁ ଆରପାରିକୁ ଚାଲି ଯିବା ପରେ ଉପରୋକ୍ତ କିଶୋର କିଶୋରୀ ମାନେ ଘର ଦାଇତ୍ୱ ସହ ରୋଜଗାର ଚିନ୍ତା ରେ ପାଠପଢାରେ ଡୋରି ବାନ୍ଧି ଗାଇ ଛେଳି ଚରାଇବା ସହ କାଠ ହାଣିବା ଠାରୁ ଗାଇ ଗୋରୁ ଙ୍କ ଯତ୍ନ ଓ ରୋଷେଇ କାର‌୍ୟ୍ୟରେ ନିଜ କୁ ନିୟୋଜିତ କରିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଗରିବ ପରିବାର କୁ ଆଜି ପର‌୍ୟ୍ୟନ୍ତ କୈାଣସି ସରକାରୀ ସହାୟତା ମିଳି ନଥିବା ବେଳେ ପରିବାର ର ଦୁଇ ଦୁଇ ଜଣ ସଦସ୍ୟ ଙ୍କ ମୃତ୍ୟୁ ପରେ ମଧ୍ୟ ପଂଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ କୈାଣସି ସହାୟତା ମିଳିପାରି ନାହିଁ ।ତେବେ ଏହି ଗରିବ ପରିବାର ଉପରେ କରୋନା ର କୋପ ପଡିବା ପରେ ଏହାର ପ୍ରଭାବ ରେ ପରିବାର କିଶୋର କିଶୋରୀ ମାନେ ସେମାନଙ୍କ ଭବିଷ୍ୟତ କୁ ବାଜି ଲଗାଇ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି ।ଅନ୍ୟ ପକ୍ଷରେ ଅନୀଲ ଏବଂ ସୁନୀତା

କୈାଣସି ସରକାରୀ ସହାୟତା ମିଳିଲେ ପାଠ ପଢି ଆଗକୁ ନିଜ ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖୂଥିବା ବେଳେ ବାସନ୍ତୀ ଓ ସୁନିଲ ସରକାର ପକ୍ଷରୁ ସେମାନଙ୍କ ରୋଜଗାର ପାଇଁ କୈାଣସି ସହାୟତା ର ଆଶା ବାନ୍ଧି ବସିଛନ୍ତି ।ତେବେ ଦେଶର ଭବିଷ୍ୟତ କୁହାଯାଉଥିବା ଏହି କିଶୋର କିଶୋରୀ ମାନଙ୍କ ଆଶା ଓ ସ୍ୱପ୍ନ କୁ ସାକାର କରିବା ପାଇଁ ସରକାର କି ପଦେକ୍ଷପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking