27.1 C
Bhubaneswar
Thursday, April 25, 2024
Homeଅପରାଧଛେଳି ଚୋରି କରିବା ପଡିଲା ମହଙ୍ଗା ପୁଲିସ ହାତରେ ଧରା ହେଲେ ୯ ପୁରୁଖା ଅପରାଧି

ଛେଳି ଚୋରି କରିବା ପଡିଲା ମହଙ୍ଗା ପୁଲିସ ହାତରେ ଧରା ହେଲେ ୯ ପୁରୁଖା ଅପରାଧି

ଦେବଗଡ : ଛେଳି ଚୋରି କରିବା ପଡିଲା ମହଙ୍ଗା । ପୁଲିସ ହାତରେ ଧରା ହେଲେ ୯ ପୁରୁଖା ଅପରାଧି । ଚୋରି ଡକାୟତି ସମେତ ଏକାଧ୍ଚଳ ଅପରଧିକ ମାମଲାରେ ବିଭିନ୍ନ ଥାନାରେ ନାମ ଲିପିବଦ୍ଧ ଥିବା ୯ ଜଣ ଅଭିଯୁକ୍ତ ଙ୍କୁ ଦେବଗଡ ଥାନା ପୁଲିସ ଗିରଫ କରି ଗତକାଲି ରାତ୍ରୀରେ କୋର୍ଟ ଚାଳାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ଟାଟା ଏସ ଭ୍ୟାନ ଓ ଗୋଟିଏ ଟ୍ରାକ୍ଟର ସହ ଚୋରି ହୋଇଥରବା ୫ ଛେଳି କୁ ଜବତ କରିଛି ।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ରିଆମାଳ ଥାନା ଅନ୍ତର୍ଗତ ଖଳିନାଳୀ ଗ୍ରାମର ରାଜା ସାହୁ ଦେବଗଡ ଥାନା ଅନ୍ତର୍ଗତ ଗୋଲବଦନପୁର ଗ୍ରାମର ଫୁକିକାର ଏକ୍କା ଙ୍କ ଘରେ ନିଜ ଛେଳି ଗୁଡିକୁ ଦେଖା ରଖା ପାଇଁ ଦାଇତ୍ୱ ଦେଇଥିଲେ ।ତେବେ ଗତ ୧୧ତାରିଖ ପ୍ରତ୍ୟୁଷରେ କେତେକ ଅଜ୍ଞାତ ବ୍ୟକ୍ତି ଏକ ନମ୍ବର ବିହୀନ ଟାଟା ଏସ ଭ୍ୟାନ ଯୋଗେ ଗୋଲବଦନପୁର ଗ୍ରାମ ସ୍ଥିତ ଫୁକିକାର ଏକ୍କା ଙ୍କ ଘର ନିକଟ କୁ ଆସି ୫ଟି ଛେଳି ଚୋରି କରି ନେଇ ଚାଲି ଯାଇଥିଲେ ।ଏ ନେଇ ରାଜା ସାହୁ ଉକ୍ତ ଦିନ ସଂନ୍ଧ୍ୟାରେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ ଥାନା ପୁଲିସ ଏକ ଚୋରି ମାମଲ ଋୁଜ୍ଜୁ ଏସଆଇ ବୁଦ୍ଧରାଏ ମାଝୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ଏହି ଘଟଣାରେ ଅଶୋକ ପଦିଲ ,ସଂଜୟ ବେହେରା ,ଟୁନା ରଣା ଓ ଚୈାଧୁରୀ ପଦିଲ ଏକ ଟାଟା ଏସ ଯୋଗେ ଘଟଣା ଦିନ ସେଠାରେ ପହଂଚି ଛେଳି ଚୋରି କରି ଯାଉଥିବା ସମୟରେ ସେମାନଙ୍କ ଗାଡି କାଦୁଅରେ ଫଶି ଯାଇଥିଲା ।ସେମାନଙ୍କୁ ସାହର୍ଯ୍ୟ କରିବାକୁ ପିଂଟୁ ଖୁଂଟିଆ ଏକ ଟ୍ରାକ୍ଟର ଓଡି-୧୭ ଏଫ – ୨୭୬୫ ଯୋଗେ ଉକ୍ତ ଗାଡି କୁ ବାହାର କରି ଫେରାର କରିବାରେ ସହଯୋଗ କରିଥିବା ବେଳେ ଛେିପଦା ଅଂଚଳର କରୁଣାକର ବେହେରା ସେମାନଙ୍କ ଠାରୁ ୫୦ ହଜାର ଟଙ୍କାରେ ୫ଟି ଛେଳି କୁ କ୍ରୟ କରିଥିବା ଜାଣିବାକୁ ପାଇଥିଲେ ।ଏଥି ସହ ସହଯୋଗୀ ଏସ ଆଇ ପ୍ରତାପ ଚନ୍ଦ୍ର ଦଲାଇ ଙ୍କ ସହ ଚଢଉ କରି ଟ୍ରାକ୍ଟର ,ଟାଟାଏସଭ୍ୟାନ ସହ ଚୋରୀ ହୋଇଥିବା ୫ଟି ଛେଳି କୁ ଜବତ କରିଥିଲେ । ଏଥି ସହ ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବାହାଲ ଗ୍ରାମର ଟୁନା ରଣା ଓରଫ ଟୁକୁନା(୩୦) ,କାଲିଆଖମାର ଗ୍ରାମର ଚୈାଧୁରୀ ପଦିଲ ଓରଫ ମାଖୁନୁ(୨୭),ରେଢାଖୋଲ ଥାନା ଅନ୍ତର୍ଗତ ଶିଶୁପନ୍ନା ଗ୍ରାମର ପବିତ୍ର ସ୍ୱାଇଁ (୩୨),ହପା ଥାନା ଅନ୍ତର୍ଗତ ଇଚ୍ଚାପୁର ଗ୍ରାମର ଇଲୁ ସୁନ୍ଦର ସାହୁ ଓରଫ ତୋଫାନ (୧୯) , ରେଢାଖୋଲ ଥାନା ଅନ୍ତର୍ଗତ ନୂଆଁସାହି ଗ୍ରାମର ଅଜିତ ନଏକ (୨୭),ରେଢାଖୋଲ ଥାନା ଅନ୍ତର୍ଗତ ଦେହୁରୀ ସାହିର ଅବନୀ ଦେହୁରୀ ଓରଫ ରାୁ (୨୬) ,ରେଢାଖୋଲ ଥାନା ଅନ୍ତର୍ଗତ ଲଖି ସାହି ର ମହମ୍ମଦ ମୁନ୍ନା ଓରଫ ବିହାରୀ (୩୧) ଓ ଛେିପଦା ଥାନାଂଚଳର କରୁଣାକର ବେହେରା ଓରଫ କୁଞ୍ଜ(୪୨)କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ବେଳେ ଅଦାଲତରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତ କୁ ପଠାଇଦିଆଯାଇଥିବା ଦେବଗଡ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking