41.1 C
Bhubaneswar
Sunday, April 28, 2024
Homeକରୋନା୮୧ ହଜାର ଟପିଲା ଦୈନିକ ସଂକ୍ରମଣ

୮୧ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାକୁ ଲାଗିଛି କୋରନା ସଂକ୍ରମଣ । ନୂତନ ଷ୍ଟ୍ରେନ ସହ ଏହି ସଂକ୍ରମଣ ବଢିବାରେ ଲାଗିଛି । ଲଗାତର ଭାବେ ଏହି ସଂକ୍ରମଣ ସଂଖ୍ୟା ବଢି ଆଜି ୮୧ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧ ହଜାର ୪୬୬ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୪୬୯ କୁ ବୃଦ୍ଧି ହୋଇଛି । ତେବେ ୨୪ ଘଣ୍ଟାରେ ୨୫୭ ଜଣଙ୍କ ମୃ୍‌ତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ ରେ ପହଞ୍ଚିଛି ।

ତେବେ ଦେଶରେ ୬ ଲକ୍ଷ ୧୪ ହଜାର ୬୯୬ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୧ କୋଟି ୧୫ ଲକ୍ଷ ୨୫ ହଜାର ୦୩୯ ଜଣ । ତେବେ ଆଜି ଯାଏଁ ମୋଟ ୬ କୋଟି ୮୭ ଲକ୍ଷ ୮୯ ହଜାର ୧୩୮ ଜଣ କୋରନା ଟୀକ ନେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking