39.1 C
Bhubaneswar
Friday, April 26, 2024
Homeକରୋନାଦେଶରେ ଚିନ୍ତା ବଢ଼ାଉଛି କରୋନା : ୨୪ ଘଣ୍ଟାରେ ୩୩ ହଜାର ୭୫୦ ସଂକ୍ରମିତ ଚିହ୍ନଟ

ଦେଶରେ ଚିନ୍ତା ବଢ଼ାଉଛି କରୋନା : ୨୪ ଘଣ୍ଟାରେ ୩୩ ହଜାର ୭୫୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୭୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଏହା ଦୈନିକ ନୂଆ ରେକର୍ଡ କରୁଛି । ସେହ୍ରିପରି ଦେଶରେ ଦିନକରେ ୧୨୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୮୯୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୪୫ ହଜାର ୫୮୨ ଓ ସୁସ୍ଥ ହୋଇଛନ୍ତି ୩ କୋଟି ୪୨ ଲକ୍ଷ ୯୫ ହଜାର ୪୦୭ ସଂକ୍ରମିତ । ଅନ୍ୟପଟେ ଏବେ ସୁଦ୍ଧା ଦେଶରେ ୧୭୦୦ ମାମଲା କେବଳ ଓମିକ୍ରନର ଚିହ୍ନଟ ହୋଇଛି । ଏଥିମଧ୍ୟରୁ ସର୍ବାଧିକ ମାମଲା ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳରୁ ଚିହ୍ନଟ ହୋଇଛି । ସୁଚନାଯୋଗ୍ୟ, ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଦିଲ୍ଲୀରେ ୟେଲୋ ଆଲର୍ଟ ସତ୍ତ୍ବେ ସଂକ୍ରମଣ ଦ୍ରୁତ ହେଉଥିବାରୁ ଆଗକୁ ଲକ୍‌ଡାଉନ୍‌ ଭଳି ସ୍ଥିତି ଆସିବ ବୋଲି ଅନୁମାନ କରାଯାଉଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଓମିକ୍ରନ ସଂକ୍ରମଣ ବ୍ୟାପକ ହେଉଥିଲେ ମଧ୍ୟ ଏହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁନାହିଁ। ତେଣୁ ଏଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କର୍ଣ୍ଣାଟକରେ ଆଜି ୧୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ବେଙ୍ଗାଲୁରେ ୮୧୦ ମାମଲା ଚିହ୍ନଟ ହୋଇଛି ଏବଂ ବିଗତ ୬ ମାସରେ ଏହା ସର୍ବାଧିକ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking