31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଦେଶରେ ପୁଣି ବଢିଲା ସଂକ୍ରମଣ : ଦିନକରେ ୪୧,୮୦୬ ଚିହ୍ନଟ

ଦେଶରେ ପୁଣି ବଢିଲା ସଂକ୍ରମଣ : ଦିନକରେ ୪୧,୮୦୬ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସ୍ତର ଦୁଇ ଦିନ ସାମାନ୍ୟ ହ୍ରାସ ପାଇବା ପରେ ଗତକାଲି ସେଥିରେ ପୁଣି ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୦୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବଦିନ ୩୮,୭୯୨ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଥିସହିତ ଗୋଟିଏ ଦିନରେ ୩୯,୧୩୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ଦେଶରେ ସଂପ୍ରତି ୪,୩୨,୦୪୧ ଜଣ ସଂକ୍ରିୟ ସଂକ୍ରମିତ ରହିଛନ୍ତି। ଇତିମଧ୍ୟରେ ସମଗ୍ର ଦେଶରେ ୪୩.୮୦ କୋଟି ନମୁନା ପରୀକ୍ଷା କରାଯାଇସାରିଛି। କ୍ରମାଗତ ୨୪ ଦିନ ଧରି ଦୈନିକ ସଂକ୍ରମଣ ହାର ୨.୧୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୨୧% ରହିଛି। କରୋନାରୁ ସୁସ୍ଥହେବା ହାର ୯୭.୨୮% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୦୧,୪୩,୮୫୦ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଛନ୍ତି। ତାହାସହିତ ଦେଶରେ ଗତକାଲି ସଂଧ୍ୟା ସୁଦ୍ଧା ୩୯.୧୩ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking