30.1 C
Bhubaneswar
Monday, May 6, 2024
Homeକରୋନାଦେଶରେ ଦିନକରେ ୪ ଲକ୍ଷ ୧ହଜାର ୭୮ ନୂଆ ସଂକ୍ରମିତ; ୪ ହଜାର ଟପିଲା ଦୈନିକ...

ଦେଶରେ ଦିନକରେ ୪ ଲକ୍ଷ ୧ହଜାର ୭୮ ନୂଆ ସଂକ୍ରମିତ; ୪ ହଜାର ଟପିଲା ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ବୃଦ୍ଧିପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା। ଗୋଟିଏ ଦିନରେ ୪୧୮୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦେଶରେ ୨୪ ଘଣ୍ଟାରେ ଏହା ସର୍ବାଧିକ କରୋନା ଜନିତ ମୃତ୍ୟୁ ବୋଲି ଜଣାଯାଇଛି। ଏଥିସହିତ ଏହି ସମୟ ମଧ୍ୟରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୨ କୋଟି ୧୮ ଲକ୍ଷ ୮୬ ହଜାର ୬୧୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୨ ଲକ୍ଷ ୩୮ ହଜାର ୨୬୫ ଜଣଙ୍କର ମୃତ୍ୟୁ ଘଟିସାରିଛି।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫୪,୦୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରେ ୪୮,୭୮୧, କେରଳରେ ୩୮,୪୬୦ ଜଣ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୮୯୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେହିଭଳି କର୍ଣ୍ଣାଟକରେ ୫୯୨ ଓ ଉତ୍ତର ପ୍ରଦେଶରେ ୩୭୨ ଜଣଙ୍କର ପ୍ରାଣହାନି ଘଟିଛି। ଏଭଳି ପରିସ୍ଥିତିରେ ଦେଶରେ ଟିକାଦାନ ହାର ହ୍ରାସ ପାଇବାରେ ଲାଗିଛି। ଆବଶ୍ୟକ ପରିମାଣରେ କୋଭିଡ ଟିକା ଉତ୍ପାଦନ ହୋଇନପାରିବା କାରଣରୁ ଦେଶର ବିଭିନ୍ନ ଭାଗରେ ଟିକାଦାନ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking