29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବିରାଟ-ଅନୁଷ୍କା ଦାନକଲେ ଦୁଇ କୋଟି

ବିରାଟ-ଅନୁଷ୍କା ଦାନକଲେ ଦୁଇ କୋଟି

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ବିତୀୟ ଲହର ଜାରି ରହିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ସହଯୋଗର ହାତ ବଢାଇଛନ୍ତି। ବିରାଟ ଓ ଅନୁଷ୍କା କରୋନା ମହାମାାରୀ ଲଢେଇ ପାଇଁ ୨ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହ ବିରାଟ ଓ ଅନୁଷ୍କା ଅନ୍ୟ ଲୋକମାନଙ୍କୁ ଏହି ଅଭିଯାନରେ ଆଗେଇ ଆସି ସ୍ବଚ୍ଛତାର ସହ ଦାନ କରିବାକୁ ଅନୁରୋଧ କରିଛନ୍ତି। ବିରାଟ ଏକ ଭିଡ଼ିଓ ଶେୟାର କରି କହିଛନ୍ତି ଯେ, ଅନୁଷ୍କା କୋଭିଡ଼ -୧୯ ଲଢେଇ ବିରୁଦ୍ଧରେ ଅଧିକରୁ ଅଧିକ ଅର୍ଥ ସଂଗ୍ରହ କରିବାକୁ ପ୍ରୟାସ କରୁଛନ୍ତି। ବିରାଟ ଓ ଅନୁଷ୍କାଙ୍କ ଏହି ମହତ କାର୍ଯ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଦୁହିଁଙ୍କୁ ବେଶ ପ୍ରଶଂସା କରାଯାଉଛି। ବିରାଟ ଓ ଅନୁଷ୍କା ଏହି ଅଭିଯାନରେ ୭ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking