28.1 C
Bhubaneswar
Friday, April 26, 2024
Homeଅପରାଧବନେଶ୍ୱର ଫେରନ୍ତାଙ୍କୁ ନେଇ ଲଙ୍କାକାଣ୍ଡ : ସରପଞ୍ଚଙ୍କ ସ୍ୱାମୀ ମାଡ଼ରେ ୨ ଆହତ

ବନେଶ୍ୱର ଫେରନ୍ତାଙ୍କୁ ନେଇ ଲଙ୍କାକାଣ୍ଡ : ସରପଞ୍ଚଙ୍କ ସ୍ୱାମୀ ମାଡ଼ରେ ୨ ଆହତ

ନୟାଗଡ଼ : ଭୁବନେଶ୍ୱର ଫେରନ୍ତାଙ୍କ ପାଇଁ ସୋମବାର କେନ୍ଦୁଢିପି ପଞ୍ଚାୟତରେ ଘଟିଛି ଲଙ୍କାକାଣ୍ଡ । ସରପଞ୍ଚ ସ୍ୱାମୀଙ୍କ ମାଡ଼ରେ ନାଏବ ସରପଞ୍ଚ ଏବଂ ଜଣେ ୱାର୍ଡ ସଭ୍ୟାଙ୍କ ସ୍ୱାମୀ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ସୋମବାର କେନ୍ଦୁଢିପି ଗ୍ରାମକୁ ଭୁବନେଶ୍ୱରରେ ରହୁଥିବା ମଧୂସୁଦନ ସାହୁ ଫେରିଥିଲେ । କରୋନା ମହାମାରୀ ଭୟରେ ଗ୍ରାମବାସୀଙ୍କ ମତାମତରେ ନାଏବ ସରପଞ୍ଚ ଏବଂ ୱାର୍ଡ ସଭ୍ୟାଙ୍କ ସ୍ୱାମୀ ତାଙ୍କୁ ନେଇ କେନ୍ଦୁଢିପି ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିଲେ । ଖବରପାଇ ଗ୍ରାମର ଆଶା କର୍ମୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପହଞ୍ଚି ସରପଞ୍ଚ ମନା କରିଛନ୍ତି, ତାଙ୍କୁ ଏଠାରେ ରଖାଯାଇ ପାରିବ ନାହିଁ ବୋଲି କହିଥିଲେ । ଫଳରେ ଏହି ଘଟଣାକୁ କେନ୍ଦ୍ର କରି ସନ୍ଧ୍ୟାରେ ସରପଞ୍ଚଙ୍କ ସ୍ୱାମୀ ଆରତ ବେହେରା ଏବଂ ନାଏବ ସରପଞ୍ଚ ଅରୂପ କୁମାର ସାହୁ ଓ ୱାର୍ଡ ସଭ୍ୟାଙ୍କ ସ୍ୱାମୀ ଶଶଧର ବେହେରାଙ୍କର ମଧ୍ୟରେ ବଚସା ହୋଇଥିଲା । ଏହି ବଚସାକୁ କେନ୍ଦ୍ର କରି ସରପଞ୍ଚଙ୍କ ସ୍ୱାମୀ ଆରତ ବେହେରା ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିବା ଶଶଧର କହିଛନ୍ତି । ଆରତଙ୍କ ସହ ତାଙ୍କର କିଛି ସମ୍ପର୍କୀୟ ମଧ୍ୟ ମାଡ଼ ମାରିଥିବା ନେଇ ଶଶଧର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ମାଡ଼ ଖାଇଥିବା ଶଶଧର ଏବଂ ଅରୂପଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅରୂପଙ୍କୁ ଡାକ୍ତରଖାନାରୁ ଛଡ଼ାଯାଇଛି । ଶଶଧରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏନେଇ ଇଟାମାଟି ଥାନା ଅଧିକାରୀଙ୍କୁ ପଚାରିବାରେ, ଗଣ୍ଡଗୋଳ ହୋଇଥିବା କହିଥିବା ବେଳେ ଏଯାଏଁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking