33.1 C
Bhubaneswar
Thursday, April 25, 2024
Homeଓଡିଶାବାପା ମା’ଙ୍କ ଆକୁଳ ନିବେଦନ : ପୋଡ଼ି ଯାଇଥିବା ଝିଅର ଚିକିତ୍ସା ପାଇଁ ସହାୟତା

ବାପା ମା’ଙ୍କ ଆକୁଳ ନିବେଦନ : ପୋଡ଼ି ଯାଇଥିବା ଝିଅର ଚିକିତ୍ସା ପାଇଁ ସହାୟତା

ବରଗଡ : ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ଜଣେ ୫ମ ଶ୍ରେଣୀ ଛାତ୍ରୀ ଏବେ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅର୍ଥାଭାବ ଯୋଗୁ ତାର ଉଚ୍ଚତର ଚିକିତ୍ସା କରି ପାରୁନାହାନ୍ତି ଗରିବ ବାପା ମା’ । ଝିଅର ଉଚ୍ଚତର ଚିକିତ୍ସା ହୋଇପାରିଲେ ଝିଅଟି ସୁସ୍ଥ ହୋଇପାରିବା ସହ ପୁଣି ଥରେ ସ୍କୁଲକୁ ଯାଇ ପାଠ ପଢ଼ିପାରିବ । ହେଲେ ଗରିବ ବାପା ମା’ଙ୍କ ପାଖରେ ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏପରି ସ୍ଥିତିରେ କେହି ସହୃଦୟ ବ୍ୟକ୍ତି ବା ସଂଗଠନ ସହାୟତା ଯୋଗାଇଦେଲେ କୁନି ଝିଅଟି ସୁସ୍ଥ ହୋଇପାରନ୍ତା ବୋଲି ପିତାମାତା ଲୁହ ଛଳ ଛଳ ଆଖିରେ ନିବେଦନ କରିଛନ୍ତି ।
ରୁନି ଖମାରୀ, ବୟସ ମାତ୍ର ୧୦ । ବିଜେପୁର ବ୍ଲକ୍ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ତିନି ଝିଅ ମଧ୍ୟରୁ ରୁନି ହେଉଛି ମଝିଆ ଝିଅ । ପ୍ରଧାନପାଲି ସେବାଶ୍ରମ ସ୍କୁଲର ୫ମ ଶ୍ରେଣୀର ଛାତ୍ରୀ ରୁନି ଏବେ ବରଗଡ଼ ମୁଖ୍ୟ ଡାକ୍ତରଖାନାର ସର୍ଜରୀ ବିଭାଗରେ ଚିକିତ୍ସିତ । ଗତ ଫେବୃୟାରୀ ମାସରେ ରୁନି ନିଆଁ ପୁଉଁଥିବା ବେଳେ ତା ଶରୀର ପୋଡ଼ି ଯାଇଥିଲା । ରୁନିର ଶରୀର କିଛି ଅଂଶ ସହ ଦୁଇ ଗୋଡ଼ ପୋଡ଼ି ଯାଇଥିଲା । ଫଳରେ ରୁନି ଏବେ ପାଠ ପଢ଼ିବା ବଦଳରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଝିଅ ପୋଡ଼ି ଯିବା ପରେ ଗରିବ ବାପା ସୁଶୀଲ ସାଧ୍ୟମତେ ତାର ଚିକିତ୍ସା କରାଇ ଅର୍ଥାଭାବ ଯୋଗୁଁ ଏବେ ନିରୁପାୟ ହୋଇପଡିଛନ୍ତି । ରୁନିର ଚିକିତ୍ସା ପାଇଁ ପାଖରେ ଥିବା ସମସ୍ତ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି ଗରିବ ବାପା ସୁଶୀଲ । ଗୁରୁତର ରୁନିକୁ ବୁର୍ଲା ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ନେଇଥିଲେ ଏବଂ ସେଠାରେ ସମସ୍ତ ଟଙ୍କା ଖର୍ଚ୍ଚ କରି ସୁଦ୍ଧା ଝିଅ ସଂପୂର୍ଣ୍ଣ ସୁସ୍ଥ ହୋଇପାରିନାହିଁ । ଶେଷରେ ବାଧ୍ୟ ହୋଇ ଗରିବ ପିତାମାତା ନିଜ ଅସୁସ୍ଥ ଝିଅକୁ ଘରକୁ ଆଣି ପୁଣି ବରଗଡ଼ ମୁଖ୍ୟ ଡାକ୍ତରଖାନାର ସର୍ଜରୀ ବିଭାଗରେ ଚିକିତ୍ସା କରାଉଛନ୍ତି । ଯଦି ଉଚ୍ଚତର ଚିକିତ୍ସା କରା ନ ଯାଏ ତେବେ ପୋଡ଼ି ଯାଇଥିବା ରୁନିର ଦୁଇ ଗୋଡ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏପରିସ୍ଥିତିରେ କେହି ସହୃଦୟ ବ୍ୟକ୍ତି କିମ୍ବା ସଂଗଠନ ସହାୟତା ଯୋଗାଇଦେଲେ ରୁନିର ଚିିକିତ୍ସା ହୋଇପାରନ୍ତା । ଯାହାକୁ ନେଇ ଗରିବ ବାପା ମା’ ଝିଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଅପରପକ୍ଷେ ବରପାଲି ହେଲପିଂ ହାର୍ଟ ରୁନିର ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ସହ ବିଭିନ୍ନ ସଂଗଠନ ତଥା ବ୍ୟକ୍ତିବିଶେଷକୁ ଏଥିପାଇଁ ନିବେଦନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking