26.1 C
Bhubaneswar
Wednesday, May 8, 2024
Homeଓଡିଶାକରୋନା ଭୟରେ ଆସିଲେନି ସାହିପଡ଼ିଶା

କରୋନା ଭୟରେ ଆସିଲେନି ସାହିପଡ଼ିଶା

ବୌଦ୍ଧ :କରୋନା ମହମାରରୀ ସମୟରେ ଯେକୌଣସି ସାଧାରଣ ମୃତ୍ୟୁ ହେଲେ ମଧ୍ୟ ସାହି ପଡ଼ିଶାଙ୍କ ସନ୍ଦେହ ବଢ଼ିବାରେ ଲାଗିଛି । ଫଳରେ ସ୍ୱାଭାବିକ ମୃତ୍ୟୁରେ ମଧ୍ୟ ମୃତ ବ୍ୟକ୍ତିଙ୍କୁ ସାହି ଭାଇଙ୍କ ଚାରି କାନ୍ଧ ମିଳିପାରୁନାହିଁ । ଏହିପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ତେଲିବନ୍ଧ ଗ୍ରାମରେ । ଗ୍ରାମର ଛକରେ ଭଡ଼ା ଘରେ ଦୁଇଝିଅ ଓ ପତ୍ନୀଙ୍କୁ ନେଇ ଏକ ଜଳଖିଆ ଦୋକାନ କରି ଚଳନ୍ତି ପଞ୍ଚାନନ ଭଙ୍କ ପରିବାର । କରୋନା ଗ୍ରାମାଞ୍ଚଳରେ ଉଗ୍ର ରୂପ ଧାରଣ କରିଥିବାବେଳେ ପରିବାର ପରିବାର ମଧ୍ୟରେ ଦୂରତା ମଧ୍ୟ ସୃଷ୍ଟି ହେବାରେ ଲାଗିଛି । ଏହିଭଳି ସମୟରେ ଆଜି ପଞ୍ଚାନନ(୬୫)ଙ୍କ ଆଜି ସକାଳୁ ମୃତ୍ୟୁ ହୋଇଯାଇଥିଲା । ଗତକାଲି ରାତ୍ରିରେ ଦୁଇ ତିନିଥର ଝାଡା ହେବାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘରେ ଆଉ କୌଣସି ପୁରୁଷ ପିଲା ନଥିବାବେଳେ ସାହି ପଡିଶା କରୋନା ଭୟରେ ଶବ ସତ୍କାର ପାଇଁ ନଆସିବାରୁ ପତ୍ନୀ ଓ ଦୁଇ ଝିଅ ଅସହାୟ ହୋଇପଡିଥିଲେ । ଏହି ସୂଚନା ସରପଞ୍ଚ ନଳିନୀ ପଲିଆଙ୍କ ନିକଟରେ ପହଞ୍ଚିବାପରେ ସେ ଶବ ସତ୍କାର ପାଇଁ ବୌଦ୍ଧର ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତିକୁ ଅନୁରୋଧ କରିଥିଲେ । ସଂଗଠନର ସଂଯୋଜକ ରାମଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ମଳୟ ବାରିକ,ରାଜୁ ମେହେର,ସୁମନ୍ତ ମେହେର,ବିକାଶ ମେହେର ଓ ଇନ୍ଦ୍ରମଣି ମେହେର ତେଲିବନ୍ଧରେ ତୁରନ୍ତ ପହଞ୍ଚି ଯଥା ରିତିନିତୀ ଅନୁଯାୟୀ ଶବସତ୍କାର କରିଥିଲେ । ଏଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ ଓ ସରପଞ୍ଚ ଶ୍ରୀମତୀ ପଲିଆ ସହଯୋଗ ଯୋଗାଇଦେଇଥିଲେ । ଏହାବ୍ୟତୀତ ସରପଞ୍ଚଙ୍କ ସଂପର୍କିୟ ଶ୍ରୀନିବାସ ପ୍ରଧାନ,ମାନଗୋବିନ୍ଦ ପ୍ରଧାନ,ଜିତୁ ସାହୁ,ସୁରୋଶ ନାୟକ,ସୁରେନ୍ଦ୍ର ଭୋଇ ଓ ମୁଣ୍ଡାପଡା ସମିତିସଭ୍ୟ ସୟ ପ୍ରଧାନ ପ୍ରମୁଖ ଶବସତ୍କାରରେ ସହଯୋଗ କରିଥିଲେ । ତେବେ ଗ୍ରାମାଞ୍ଚଳରେ କରୋନାକୁ ନେଇ ରହିଥିବା ଭୟର ବାତାବରଣ ଯୋଗୁଁ ଜଣେ ସ୍ୱାଭିବିକ ମୃତ୍ୟୁ ପରେ ମଧ୍ୟ ସାହିପଡ଼ିଶା ଶବସତ୍କାରରେ ସାମିଲ ନହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking