33.1 C
Bhubaneswar
Saturday, April 27, 2024
Homeଓଡିଶା କରୋନା ସଚେତନତାର ଏକବିଂଶଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ

 କରୋନା ସଚେତନତାର ଏକବିଂଶଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ

ଯାଜପୁର : ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ନିରସ୍ତ୍ର ସୈନିକ ଭାବେ ଲଢ଼ୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ । ଆଜକୁ ଦୀର୍ଘ ୧୨୧ଦିନ ଧରି ଜାରିରଖିଛି ତା’ର ସଚେତନତା କାର୍ଯ୍ୟକ୍ରମ ।ଯାଜପୁର ଜିଲ୍ଲାର  ବିଭିନ୍ନ ସ୍ଥାନମାନଙ୍କରେ ସେବା କାର୍ଯ୍ୟ ,ରିଲିଫ ବଣ୍ଟନ ସହ ଚାରା ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନମାନସରେ ସଚେତନତା ଜାରିରଖିଥିବାବେଳେ ଆଜି କେନ୍ଦ୍ରାପଡା ଜିଲ୍ଲାର ସିଅପଡ଼ାପଂଚାୟତର ପଞ୍ଚାୟତର ଆଗପଡା, ଭମଣ୍ଡା ସମେତ ବିଭିନ୍ନ ସ୍ଥାନରେ “କରୋନା ରାବଣ ବଦ୍ଧ”ନାମକ ସଚେତନଧର୍ମୀ ପୌରାଣିକ ନାଟକ ପରିବେଷଣ କରାଯାଇଥିଲା।ଏଥିରେ ନାଟ୍ୟକାର ତଥା ନିର୍ଦ୍ଦେଶକ ସାଧୁ ନିଲୁବାବା, ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର ମଲ୍ଲିକ,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା,ଅଭିନେତା ଶଶିକାନ୍ତ ପଣ୍ଡା,ଭାଗବତ ମଲ୍ଲିକ, ମାନସ ସେଠ,ସିଅପଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ମୀନକେତନ ମହାପାତ୍ର, ପ୍ରଭାତ ମଲ୍ଲିକ,ବିଭୀଷଣ ମଲ୍ଲିକ,ସନ୍ତୋଷ ଜେନାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ  କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking