30.1 C
Bhubaneswar
Sunday, May 5, 2024
Homeଓଡିଶାକରୋନା ଭୟରେ ରିକ୍ସାରେ ବୁହାହେଲା ଶବ

କରୋନା ଭୟରେ ରିକ୍ସାରେ ବୁହାହେଲା ଶବ

ପାତ୍ରପୁର : ପାତ୍ରପୁର ଗ୍ରାମ ସାଗର ବ୍ରାହ୍ମଣ ସାହିର ଜଣେ ବ୍ୟକ୍ତିଙ୍କ ମଙ୍ଗଳବାର  ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।  ତେବେ କରୋନା ଭୟରେ ଶବ ରିକ୍ସାରେ ବୁହାହେବା ଦେଖିବାକୁ ମିଳିଥିଲା । ମୃତକ ଚନ୍ଦ୍ରଶେଖର ମହାନ୍ତି (୫୫) । ସେ ଗତ କିଛିଦିନ ହେଲା ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର  ତାଙ୍କର ମୃତ୍ୟୁ ହୋଇଛି । ହେଲେ କରୋନା ଭୟରେ କେହି ଶବକୁ ନେବାକୁ ଅମଙ୍ଗ ହୋଇଥିଲେ । ପରେ ପୁତୁରା ଦୀନବନ୍ଧୁ ମହାନ୍ତି ସହ ପୁଅ ବାବୁଲା ମହାନ୍ତି, ଦାଦାଙ୍କ ଝିଅ ହୀରା ମହାନ୍ତି ଶବକୁ ରିକ୍ସାରେ ବୋହି ନେଇଥିଲେ । ପରେ ସାହି ଓ ଗ୍ରାମର ପ୍ରାୟ ଦଶ ଜଣ ବ୍ୟକ୍ତି ମଶାଣିରେ ପହଞ୍ଚିଥିଲେ । ସୁଶାନ୍ତ ପାଣିଗ୍ରାହୀ, ସଂଜୀବ ମହାପାତ୍ର, ରବୀନ୍ଦ୍ର ପତି, ପୁତ୍ର ବାବୁଲା ମହାନ୍ତି ପିପିଇ କିଟ୍ ପିନ୍ଧି ଶବ ଦାହ କରିଥିଲେ । ଅନ୍ୟମାନେ ଦୁରରେ ରହିଥିଲେ । ପାତ୍ରପୁର ଅଞ୍ଚଳରେ କରୋନା ଆତଙ୍କ ଖେଳାଇଛି । କିନ୍ତୁ ଦୋକାନ ବଜାରରେ ଭିଡ଼ କମୁନି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking