28.1 C
Bhubaneswar
Friday, April 26, 2024
Homeଓଡିଶାଆଜି ୧୯ ଜିଲ୍ଲାକୁ କାଳବୈଶାଖୀ ବର୍ଷା

ଆଜି ୧୯ ଜିଲ୍ଲାକୁ କାଳବୈଶାଖୀ ବର୍ଷା

ଭୁବନେଶ୍ୱର : ବଦଳିବନି ପାଗ, ଆକାଶ ମେଘାଚ୍ଛନ୍ନ ରହିବା ସହ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ମାରିବ ଓ ବଜ୍ରପାତର ମଧ୍ୟ ଆଶଙ୍କା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସାରା ରାଜ୍ୟରେ ଖସିଛି ପାରଦ । କେବଳ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ରହିଛି, ଫଳରେ ଏହା ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ମୁଖ୍ୟକଥା ହେଲା ଗତ ସୋମବାରଠାରୁ ରାଜ୍ୟର ସବୁ ସହରରେ ପାରଦ ହ୍ରାସ ପାଇଛି । ଆସନ୍ତା ୫ ଦିନ ଯାଏ ରାଜ୍ୟର ପାଣିପାଗ ଅପରିବର୍ତ୍ତିତ ରହିବ । ସମୂଦ୍ର ପଟୁ ପବନ ବହିବା ଆରମ୍ଭ ହୋଇଥିବାବେଳେ ଏବେ ଦେଶର ବିଭିନ୍ନ ସ୍ଥାନରେ ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ସୃଷ୍ଟି ହୋଇଥିବା ନଜରକୁ ଆସିଛି । ବର୍ତ୍ତମାନ ଉତ୍ତର ପ୍ରଦେଶରୁ ବିହାର ଦେଇ ଆସାମ ତଥା ହିମାଳୟର କିଛି ସ୍ଥାନର ଉପର ଭାଗରେ ଘୁର୍ଣ୍ଣିଝଡ଼ ଦାନା ବାନ୍ଧୁଛି । ଫଳରେ ଆସନ୍ତା କିଛି ଦିନ ତାତିରୁ ଆଶ୍ୱସ୍ଥି ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବୁଧବାର ରାଜ୍ୟର ୧୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ମିଳିଥିବା ସୂଚନା ମୂତାବକ, ୧୯ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡ଼କ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଦେଓଗଡ଼, କୋରାପୁଟ୍‌, ରାୟଗଡ଼ା, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଜିଲ୍ଳାର ଗୋଟିଏ କିମ୍ବା ୨ଟି ସ୍ଥାନରେ କାଳବୈଶାଖୀ ହେବ । ସେହିପରି ଗୁରୁବାର ମଧ୍ୟ ରାଜ୍ୟକୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଶୁକ୍ରବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଶନିବାର କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, ବୌଦ୍ଧ, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ମଧ୍ୟରେ ମଙ୍ଗଳବାର ମୋଟ ୧୫ ସ୍ଥାନରେ ୫୦୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଛି । ଭଦ୍ରକରେ ସର୍ବାôଧକ ୫୯ ମିମି ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking