30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୧୧ ମନ୍ତ୍ରୀଙ୍କ ଟ୍ୱିଟ ଉପରେ କଂଗ୍ରେସ କଲା ଏମିତି ଦାବି

୧୧ ମନ୍ତ୍ରୀଙ୍କ ଟ୍ୱିଟ ଉପରେ କଂଗ୍ରେସ କଲା ଏମିତି ଦାବି

ନୂଆଦିଲ୍ଲୀ:କଂଗ୍ରେସ ଟ୍ୱିଟରକୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ୧୧ ମନ୍ତ୍ରୀଙ୍କ  ଟ୍ୱିଟକୁ ମ୍ୟାନୁପୁଲେଟେଡ ମିଡିଆ ବୋଲି ଦାବି କରିଛି ।  ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ଗିରିରାଜ ସିଂ, ପୀୟୁଷ ଗୋୟଲ , ସ୍ମୃତି ଇରାନୀ, ରବିଶଙ୍କର ପ୍ରସାଦ, ପ୍ରହଲ୍ଲାଦ ଯୋଶୀ, ଧର୍ମେନ୍ଦ୍ର ପ୍ରଧାନ, ରମେଶ ପୋଖରୀଆଲ, ଧାବରଚନ୍ଦ ଗେହଲଟ, ହର୍ଷବର୍ଦ୍ଧନ, ମୁଖତାର ଅବାସ ନକବୀ ଓ ଗଜେନ୍ଦ୍ର ସିଂହ ଶେଖାବତଙ୍କ ନାମ ସାମିଲ ରହିଛି ।  କଂଗ୍ରେସର କହିବା କଥା, ଏମାନେ ସମସ୍ତେ ଟ୍ୱିଟର ପ୍ଲାଟଫର୍ମର ଦୁରୁପଯୋଗ କରି ମିଛ ଟୁଲକିଟ ଜରିଆରେ କଂଗ୍ରେସ ବିରୋଧରେ ଦୁଷ୍ପ୍ରଚାର କରୁଛନ୍ତି । ଏମାନଙ୍କ ସମ୍ବନ୍ଧିତ ଟ୍ୱିଟ ଲିଙ୍କ ବି ସଂଲଗ୍ନ କରାଯାଇଛି । ସରକାରଙ୍କୁ ବଦନାମ କରିଥିବା ଏକ ଟୁଲକିଟ ଉପରେ ଟ୍ୟାଗ୍ ବ୍ୟବହାର କରି ସୃଷ୍ଟି ହୋଇଥିବା ମିଡିଆ ଟ୍ୟାଗ୍ ଉପରେ କେନ୍ଦ୍ର ଟ୍ୱିଟରକୁ ବିରୋଧ କରିଛି। ଶୁକ୍ରବାର ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂଚନାନୁସାରେ, ସରକାର ଟ୍ୱିଟ୍ ରେ କହିଛନ୍ତି ଯେ ଏହି ମାମଲା ବିଚାରାଧୀନ ଥିବାରୁ ଏହା ମିଡିଆ ଟ୍ୟାଗ୍ ହଟାଇବା ଉଚିତ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking