30.1 C
Bhubaneswar
Tuesday, May 28, 2024
Homeଓଡିଶାବେଆଇନ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ସରକାର ପ୍ରତ୍ୟାହାର କରିବାର ପୁନଃ ବିଚାର କରନ୍ତୁ : ନିରଞ୍ଜନ

ବେଆଇନ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ସରକାର ପ୍ରତ୍ୟାହାର କରିବାର ପୁନଃ ବିଚାର କରନ୍ତୁ : ନିରଞ୍ଜନ

ଭୁବନେଶ୍ୱର : ବେଆଇନ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ସ୍ଥଗିତ ରଖିବା ପରିବର୍ତେ ରାଜ୍ୟ ସରକାର ପୁନଃ
ବିଚାର କରି ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ
ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଏହି ବେଆଇନ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ
ବିରୁଦ୍ଧରେ ଦୀର୍ଘ ଦିନ ଧରି ବିଭିନ୍ନ ଅଂଚଳରେ ଗଣଧାରଣ ଦେବା ସହିତ ଆଜି ଭୁବନେଶ୍ୱର ମହାନଗର ନିଗମ
କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ତଥା ଜନସଭା ଆୟୋଜନ କରାଯାଇଥିଲା । ଡେରିରେ ପଛେ ହେଉ ରାଜ୍ୟ
ସରକାରଙ୍କର ଆଖି ଖୋଲିଲା ଏବଂ ଏହି ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ କଲେକସନକୁ ଓଡ଼ିଶାର ଉଚ୍ଚତମ ନ୍ୟାୟଳର ପରବର୍ତି
ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ମନ୍ତ୍ରୀ ଘୋଷଣା କରଛିନ୍ତି । ଭୁବନେଶ୍ୱର ଜନସାଧାରଣଙ୍କ ଅସନ୍ତୋଷକୁ ସମ୍ମାନ
ଦେଇଥିବାରୁ ପିସିସି ସଭାପତି ସଭାପତି ଧନ୍ୟବାଦ ଜଣାଇବା ସହିତ ରାଜ୍ୟର ଏଭଳି ଏକ ସଂକଟମୟ ପରିସ୍ଥିତିରେ
ଯେତେବେଳେ କି ଏ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ଲୋକମାନଙ୍କର ଆୟ ବହୁମାତ୍ରାରେ କମିଯାଇଛି
ଘରଭଡ଼ା ଲାଗୁ ନାହିଁ, ବ୍ୟବସାୟ ଠିକ ଭାବରେ ଚାଲି ନାହିଁ, ଯୁବକମାନଙ୍କ ପାଖରେ ରୋଜଗାର ନାହିଁ ଏଭଳି ସ୍ଥିତିରେ
ବେଆଇନ ଯୋରଜବରଦସ୍ତି ଟ୍ୟାକ୍ସ ସଂଗ୍ରହ କରିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ ନିର୍ବାଚିତ ସରକାରର ମୁଖ୍ୟ କାମକି?
ଭୁବନେଶ୍ୱର ଏକ ସ୍ମାଟସିଟିର ମାନ୍ୟତା ପାଇବାର ଆଜିକୁ ଢ଼େର କିଛିବର୍ଷ ବିତିଗଲାଣି କିନ୍ତୁ ଏସହରର ସମସ୍ତ ରାସ୍ତା,
ଡ୍ରେନକୁ ବାରମ୍ବାର ଖୋଳାଯାଏ, ପୋତାଯାଏ ପୁଣି ତିଆରି କରାଯାଏ । ପାଖାପାଖି ୧୫୦ରୁ୨୦୦ କୋଟି ଖର୍ଚ୍ଚ
ହୋଇାସାରିଲାଣି କିନ୍ତୁ ସହରାଂଚଳରେ ଡ୍ରେନେଜ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ଆଲୋକୀକରଣ, ରାସ୍ତା ବ୍ୟବସ୍ଥା ସଂପୂଣ୍ଣ
ଭୂଷୁଡି ପଡ଼ିଛି । ଏ ସହର କେବଳ କିଛି ଧନୀ ବ୍ୟକ୍ତିଙ୍କ ସହର ହୋଇ ରହିବ ନା ଏ ସହରରେ ଗରିବ, ଶ୍ରମଜୀବି,
ନିମ୍ନମଧ୍ୟବିତ ମଧ୍ୟ ରହିବେ ଏ କଥା ସରକାର ସ୍ଥିର କରନ୍ତୁ? ଶ୍ରୀଯୁକ୍ତ ପଟ୍ଟନାୟକ କହିଲେ ଯେ ଗତ ୧୦.୬.୨୦୨୦
ମସିହାରେ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟଳୟ କେସ ନଂ ୪୩୫୩/୨୦୨୦ ହୋଲଡିଂ ଟ୍ୟାକ୍ସର ୫୦% କଲେକସନ
କରାଯିବ ବୋଲି ଯେଉଁ ଅନ୍ତରୀଣ ନିର୍ଦ୍ଦେଶନାମାରେ ପ୍ରଦାନ କରିଥିଲେ ସେଥିରେ ସ୍ପଷ୍ଟ ଭାବରେ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ
ଦେଇଥିଲେ ଯେ ଉଭୟ ପକ୍ଷଙ୍କ ଅଧିକାର ଏବଂ ତାଙ୍କର ସ୍ୱାର୍ଥକୁ ରକ୍ଷାକରି ଏହା ଆଦାୟ କରାଯାଇପାରିବ । କିନ୍ତୁ ଉଚ୍ଚତମ
ନ୍ୟାୟଳଙ୍କ ନିର୍ଦ୍ଦେଶକୁ ବେଖାତିର କରି ଗତ କିଛିଦିନ ଧରି ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ଯୋର ଜବରଦସ୍ତ
ଲୋକଙ୍କ ପାଖରୁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲେ । ଆଜିର ବିଜୟ ଭୁବନେଶ୍ୱର ମହାନଗର ନିଗମର
ଜନସାଧାରଣଙ୍କ ବିଜୟ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଏବଂ ସମସ୍ତ କର୍ମକର୍ତାଙ୍କର ଏ ବିଜୟ । କଂଗ୍ରେସ
ଦଳ ସବୁବେଳେ ଏବଂ ସବୁ ସମୟରେ ଏ ରାଜ୍ୟର ଲୋକଙ୍କର ସ୍ୱର ହୋଇ ରହିବ ଏବଂ ଲୋକଙ୍କ ପାଇଁ ପ୍ରତ୍ୟେକ
ସ୍ତରରେ ଆମେ ଲଢ଼େଇ କରିବୁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ, ଭୁବନେଶ୍ୱର
ଜିଲ୍ଲା କଂଗ୍ରେସ ପର୍ଯ୍ୟକ୍ଷେକ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ
ମହାନ୍ତି, ରଶ୍ମି ମହାପାତ୍ର, ରାଜୀବ ପଟ୍ଟନାୟକ, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ଅଶୋକ ଦାସ, ସୁବ୍ରତ
ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଶ୍ରୀଧର ବଳିଆର ସିଂ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking