30.1 C
Bhubaneswar
Friday, April 26, 2024
Homeଓଡିଶାସୁବର୍ଣ୍ଣରେଖା ଭିତରେ ଓଡିଶା ଓ ପଶ୍ଚିମବଙ୍ଗର ସୀମା ନିର୍ଦ୍ଧାରଣ ପାଇଁ ବୈଠକ ଏକ ଭେଳିକି :...

ସୁବର୍ଣ୍ଣରେଖା ଭିତରେ ଓଡିଶା ଓ ପଶ୍ଚିମବଙ୍ଗର ସୀମା ନିର୍ଦ୍ଧାରଣ ପାଇଁ ବୈଠକ ଏକ ଭେଳିକି : କଂଗ୍ରେସ

 ଏନ୍‌.ଜି.ଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁ ନାହାଁନ୍ତି ସରକାର ।
 ରାଜ୍ୟ ସରକାରଙ୍କର ସୀମା ବିବାଦ ସମାଧାନ ଦିଗରେ ଆନ୍ତରିକତା ନାହିଁ ।
 ୩ ବର୍ଷପରେ କୁମ୍ଭକର୍ଣ୍ଣ ନିଦରୁ ଉଠିଲେ ରାଜ୍ୟ ସରକାର ।
ଭୁବନେଶ୍ୱର : ୨୦୧୭ ଅଗଷ୍ଟ ୩୧ ତାରିଖରେ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ସୁବର୍ଣ୍ଣରେଖାରେ ବାଲି ଉତୋଳନକୁ
ନେଇ ବିବାଦ ପ୍ରସଙ୍ଗ ଏନ୍‌.ଜି.ଟିକୁ ଯାଇଥିଲା । କେସ୍ ନମ୍ବର ୮୯/୨୦୧୭ (ଇ.ଜେଡ୍‌) ରେ ପଶ୍ଚିମବଂଗ ସରକାର, ଓଡିଶା
ସରକାର ତଥା କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟକୁ ପକ୍ଷ କରି ପ୍ରଦେଶ କଂଗ୍ରେସ କମିଟିର
ମୁଖପାତ୍ର ସୁଦର୍ଶନ ଦାସ ଏକ ମାମଲା ଦାୟର କରିଥିଲେ ।
୨୦୧୮ ସେପ୍ଟେମ୍ବର ୪ ତାରିଖରେ ମାନ୍ୟବର ଏନ୍‌.ଜି.ଟି ଏହାର ଚୁଡାନ୍ତ ଶୁଣାଣୀ କରି ତାଙ୍କର ରାୟ ଶୁଣାଇଲେ ।
ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ ଖଣ୍ଡପିଠ ୨୩ ପୁଷ୍ଠାର ଏକ ରାୟ ଶୁଣାଇଲେ । ଏହା ଏକ ଐ୍ୟତିହାସିକ
ରାୟ ଥିଲା ବୋଲି ଆଜି କଂଗ୍ରେସ ଭବନ ଠାରେ ଆୋୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ପ୍ରକାଶ
କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଓଡିଶା ସରକାର ଓ ପଶ୍ଚିମବଙ୍ଗ
ସରକାରଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ବେଆଇନ୍ ବାଲି ଉତୋଳନ ଦ୍ୱାରା ଲୋକଙ୍କର ହୋଇଥିବା କ୍ଷତି ଓ ନଦୀର ପର୍ଯ୍ୟାବରଣ
ସମ୍ବନ୍ଧୀୟ କ୍ଷୟକ୍ଷତିକୁ ଆକଳନ କରି କ୍ଷତି ପୁରଣ ଆଦାୟ କରି କ୍ଷତିଗ୍ରସ୍ତମାନଙ୍କୁ କ୍ଷତି ପୁରଣ ଦେବା, ବେଆଇନ୍ ବାଲି ଉତୋଳନ
ଯେମିତି ଆଗକୁ ନହୁଏ, ସେଥିପ୍ରତି ଦୃଢ ପଦକ୍ଷେପ ନେବା ଇତ୍ୟାଦି ଏହି ନିର୍ଦ୍ଦେଶ ନାମାର ଅନ୍ତର୍ଭୁକ୍ତ । ଏହି ରାୟରେ ଆଉ ଏକ
ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଥିଲା ପଶ୍ଚିମବଂଗ ଓ ଓଡିଶାର ସୀମା ନିର୍ଦ୍ଦାରଣ । ମାନ୍ୟବର ଏନ.ଜି.ଟିର ଖଣ୍ଡପିଠ ଓଡିଶା ଓ ପଶ୍ଚିମବଂଗର ମୁଖ୍ୟ
ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ସେହି ରାୟ ପ୍ରକାଶ ପାଇବାର ୩ ମାସ ଭିତରେ ଉଭୟ ରାଜ୍ୟ ସେମାନଙ୍କର ସୀମା
ନିର୍ଦ୍ଦାରଣ କରନ୍ତୁ ଓ ସୀମାବର୍ତି ଅଂଚଳରେ ସମସ୍ତ ବାଲି ଖାଦନକୁ ତୁରନ୍ତ ବନ୍ଦ କରନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି । ଏହା ଭିତରେ ୩
ବର୍ଷ ବିତି ଗଲାଣି । ମାତ୍ର ରାଜ୍ୟ ସରକାରଙ୍କର ଅବହେଳା କାରଣରୁ ଦୁଇ ରାଜ୍ୟ ଭିତରେ ସୀମା ନିରୁପଣ ହୋଇ ପାରି ନାହିଁ । ବାଲି
ଖନନ ସୁବର୍ଣ୍ଣରେଖାରେ ବେଧଡକ ଭାବରେ ଚାଲିଛି ।
ଏବେ ରାଜ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭଂଗ ହୋଇଛି । ଗତ ଫେବୁଆରୀ ୨୫ ତାରିଖରେ ଦୁଇ ରାଜ୍ୟର ଜିଲ୍ଲା ସ୍ତରୀୟ ଅଫିସର
ଓ ବିଶେଷଜ୍ଞ ମାନଙ୍କର ବୈଠକ ହୋଇଥିଲା । ଏଥିରେ ସୀମା ବିବାଦ ସଂକ୍ରାନ୍ତିୟ ଟର୍ମ ଅଫ  ରେଫରେନ୍ସ ନିରୁପଣ ପ୍ରକ୍ରିୟା ଆରମ୍ଭ
ହୋଇଥିଲା । ଓଡିଶା ୩୦ଟି ଓ ପଶ୍ଚିମବଂଗର ୫୨ ରେଫରେନ୍ସ ପଏଣ୍ଟ ଉପରେ ବିଚାର ବିମର୍ଷ କରି ଚୁଡାନ୍ତ କରିବା ପାଇଁ ଆଜି
ବାଲେଶ୍ୱରରେ ଆଉ ଏକ ଅଫିସର ସ୍ତରୀୟ ବୈଠକ ବସୁଛି । ୨୦୧୫ରୁ ଅଫିସର ସ୍ତରୀୟ ବୈଠକ ବସି ଆସୁଛି । ମାତ୍ର କିଛି ଫଳ
ମିଳି ନାହିଁ । ଏବେ ପୁଣି ସେହି ବୈଠକ କେବଳ ଲୋକ ଦେଖାଣିଆ । ସେତେବେଳେ ଓଡିଶା ଓ ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ସ୍ତରୀୟ
ଆଲୋଚନା ମାଧ୍ୟମରେ ଏହି ସୀମା ବିବାଦର ସମାଧାନ ପାଇଁ ଶ୍ରୀ ଦାସ ଦାବି କରିଥିଲେ । ମାତ୍ର ଆମ ମୁଖ୍ୟମନ୍ତ୍ରୀ ସେଥିପ୍ରତି ଗୁରୁତ୍ୱ
ଦେଲେ ନାହିଁ । ଫଳରେ ସୀମା ବିବାଦର ସମାଧ୍ୟାନର ପଦ୍ମ ଘୁଚିଂ ଘୁଚିଂ ଯିବା ପରି ଅବସ୍ଥାକୁ ଆସିଛି । ରାଜ୍ୟର କୋଟିଆ ପ୍ରସଙ୍ଗ
ରାଜ୍ୟ ସରକାରଙ୍କର ପାରିବା ପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କଲାବେଳେ ଏବେ ସୁର୍ବର୍ଣ୍ଣରେଖା ବାଲି ଉତୋଳନକୁ ନେଇ ସୀମା ବିବାଦ
ପ୍ରତି ରାଜ୍ୟ ସରକାରଙ୍କର ପାରିବା ପଣିଆ ମଧ୍ୟ ପଦାରେ ପଡିଛି ବୋଲି ଶ୍ରୀ ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking